ଶାନ୍ତିଶକ୍ତି ଭବନରେ ରାଜଯୋଗିନୀ ଦାଦି ଜାନକୀଜୀଙ୍କ ସ୍ମୃତି ଦିବସ ପାଳିତ

ଆସିକା, (ୱାଇଏନ୍‍ଏସ୍‍):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ତଥା ଅନ୍ତଃରାଷ୍ଟ୍ରୀୟ ସେବା କେନ୍ଦ୍ରର ମୁଖ୍ୟ ସଂଚାଳିକା ରାଜଯୋଗିନୀ ଦାଦି ଜାନକୀ ଜୀଙ୍କ ପଞ୍ଚମ ସ୍ମୃତି ଦିବସ ଆସିକାରେ ପାଳିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନ ପରିସରରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସେବା କେନ୍ଦ୍ରର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ପରାମର୍ଶକ୍ରମେ ବ୍ରହ୍ମାକୁମାରୀ ସ୍ମିତା ଯୋଗଦେଇ ପରମାତ୍ମାଙ୍କର ଦିବ୍ୟ ସନ୍ଦେସ ୧୩୦ଟି ଦେଶରେ ପ୍ରଚାର କରିବା ତଥା ଶାନ୍ତିର ଅନୁଭୂତି ପାଇଁ ବିଶ୍ୱର ସର୍ବୋଚ୍ଚ ସ୍ଥିର ମସ୍ତିଷ୍କର ଉପାଧି ଅନ୍ତଃରାଷ୍ଟୀୟ ଆମେରିକାର ଟୋକ୍ସାସ୍ ୟୁଏସ୍‌ଏ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜଯୋଗିନୀ ଦାଦି ଜାନକୀ ଜୀଙ୍କୁ ପ୍ରଦାନ କରାଯାଇଥିଲା ବେଳେ ଦେଶ ବିଦେଶର ବହୁ ସଂସ୍ଥା ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରିଥିଲା ବେଳେ ବିଶ୍ୱର ୧୩୦ଟି ଦେଶରେ ୮ହଜାର ୫ଶହରୁ ଉର୍ଦ୍ଧ୍ୱ ମୁଖ୍ୟ ସେବା କେନ୍ଦ୍ରରେ ପରମାତ୍ମାଙ୍କର ଜ୍ଞାନ ଓ ରାଜଯୋଗର ପ୍ରଚାର ହେଉଛି । ବିଶ୍ୱକୁ ପରମାତ୍ମାଙ୍କ ପରିଚୟ ଦେଇ ତ୍ୟାଗ ଓ ତପସ୍ୟାର ବିଜ ବୁଣି ସମଗ୍ର ମାନବ ଜାତୀକୁ ଶିବପିତାଙ୍କ ସନ୍ତାନ ବନାଇ ବିଶ୍ୱ ପିତା ରୂପେ ସେ ନିଜକୁ ପ୍ରତିପାଦନ କରିବା ସାଙ୍ଗକୁ ନାରୀ ସଶକ୍ତିକରଣର ସେ କର୍ଣ୍ଣଧାର ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାର ସତ୍ୟପ୍ରିୟ ଯୋଗଦେଇ ରାଜଯୋଗିନୀ ଦାଦି ଜାନକୀ ଜୀଙ୍କ ଉଦ୍ଦେଶ୍ୟରେ ସ୍ନେହ ସୁମନ ଅର୍ପଣ କରିଥିଲେ । ରାଜଯୋଗିନୀ ଦାଦି ଜାନକୀ ଜୀ ୧୦୪ବର୍ଷ ବୟସରେ ଗତ ୨୦୨୦ ମସିହା ମାର୍ଚ୍ଚ ମାସ ୨୭ତାରିଖରେ ସଂସ୍ଥାର ଅନ୍ତଃରାଷ୍ଟ୍ରୀୟ ସେବା କେନ୍ଦ୍ର ମାଉଣ୍ଟାଆବୁରେ ଶରୀର ତ୍ୟାଗ କରିଥିଲା ବେଳେ ତାଙ୍କ ସ୍ମୃତିରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦେଶ ବିଦେଶରେ ଥିବା ପ୍ରତ୍ୟେକ ସେବା କେନ୍ଦ୍ରରେ ସ୍ମୃତି ଦିବସ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନର ବ୍ରହ୍ମାକୁମାର ସତ୍ୟପ୍ରିୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ବ୍ରହ୍ମାକୁମାର ବସନ୍ତ, ନିତ୍ୟାନନ୍ଦ, ବିଶ୍ୱନାଥ, ନିରଂଜନ, ସଚ୍ଚିନ୍‍, ସରୋଜ, ମଙ୍ଗୁଳୁ, ଲଡୁକିଶୋର, ରୋହିତ, ପଞ୍ଚାୟତ୍ରୀ, ରବିନ୍ଦ୍ର, ବ୍ରହ୍ମାକୁମାରୀ, ନୀଳିମା, ଜ୍ୟୋତ୍ସ୍ନା, ଜ୍ୟୋତି, ସୁଜ୍ଞାନୀ, ଭାଗ୍ୟଲତା, କୁମାରୀ, ସୁବାସିନୀ, ଡଲି, ଗିରିଜା ପ୍ରମୁଖ ସହଯୋଗ କରିଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ସଚେତନ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ