ଶାନ୍ତିଶୃଙ୍ଖଳାର ସହ ତିନୋଟି ପାଣି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ
ହାଟଡ଼ିହି : ବିଦ୍ୟାଧରପୁର ଜଳସମ୍ପଦ ଉପଖଣ୍ଡ ପକ୍ଷରୁ ଆଜିଠାରୁ ପାଣିପଞ୍ଚାୟତ ପାଇଁ ନିର୍ବାଚନ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ୭୩ନଂ ମା ଜାଗୁଳାଇ ପାଣିପଞ୍ଚାୟତ, ୭୪ନଂ ବଟେଶ୍ୱର ପାଣିପଞ୍ଚାୟତ ଓ ୭୬ନଂ ବନ୍ଦେ ପୁରୁଷୋତ୍ତମ ପାଣି ପଞ୍ଚାୟତ ପାଇଁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଥିଲା । ଛେନାପଦି ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭାବେ କନିଷ୍ଠଯନ୍ତ୍ରୀ ସେନାପତି ନାୟକ, ପୁଲିଙ୍ଗ ଅଫିସର ଭାବେ କର୍ମଚାରୀ ନିତ୍ୟାନନ୍ଦ ରଣା, ରଞ୍ଜନ ନାୟକ, କୋଦଣ୍ଡ ଜେନା, ବଟକୃଷ୍ଣ ଜେନା, ଦୁର୍ଯ୍ୟୋଧନ ଜେନା, ନରହରି ନାୟକ, ଭଗବାନ ଜେନା ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ । ୭୩ନଂ ମା ଜାଗୁଳାଇ ପାଣିପଞ୍ଚାୟତରେ ୧୪ଟି ଆଉଲେଟ ପାଇଁ ୧୧ଜଣ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୭୪ନଂ ବଟେଶ୍ୱର ପାଣିପଞ୍ଚାୟତର ୧୮ଟି ଆଉଟଲେଟ ପାଇଁ ୧୮ଜଣ ଓ ୭୬ନଂ ପାଣିପଞ୍ଚାୟତର ୯ଟି ଆଉଟଲେଟ ପାଇଁ ୯ଜଣ ଚାଷୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବାରୁ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ôଥମାନେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । ଏହି ନିର୍ବାଚନରେ ନିରଞ୍ଜନ ମହାପାତ୍ର, ତାରାମଣି ବେହେରା, ଆଦିକନ୍ଦ ନାୟକ, ଶାନ୍ତିଲତା ସେନାପତି, ପିତାମ୍ବର ପାତ୍ର, ସଞ୍ଜୟ କୁମାର ପାତ୍ର, ଅଶୋକ ପାତ୍ର, ଦୟାନିଧି ପାତ୍ର, ଦମୟନ୍ତୀ ପାତ୍ର, ଶ୍ରୀକାନ୍ତ ସେନାପତି, ପ୍ରଶାନ୍ତ ପାତ୍ର, ରସାନନ୍ଦ ସେଠୀ, ପଞ୍ଚାନନ ଓଝା, ଚନ୍ଦ୍ରଶେଖର ଜେନା, ବିନୋଦ ବେହେରା, ବାସନ୍ତୀ ସାହୁ, ରବିନ୍ଦ୍ର ସାହୁ, ଫୁସୁଲି ସାହୁ, ସୁକାନ୍ତୀ ଜେନା, ରଘୁନାଥ ପତି, ଅନ୍ତର୍ଯ୍ୟାମୀ ସାହୁ, ମଣି ସେଠୀ, ମଣିଚରଣ ସାହୁ, ଲକ୍ଷ୍ମଣ ଦାସ, ରଞ୍ଜନା ରାଉତ, କୈଳାଶ ଚନ୍ଦ୍ର ନାୟକ, ନିର୍ମଳା ସା, ଅଜୟ କୁମାର ସା, ଆନନ୍ଦ ସାହୁ, ନାରାୟଣ ଦାସ, ରମେଶ ଚନ୍ଦ୍ର ଜେନା, ବିମ୍ବାଧର ଜେନା, ଧିରେନ୍ଦ୍ର ନାଥ ଜେନା, ଧନେଶ୍ୱର କାଣ୍ଡି, ଜାନକୀ କାଣ୍ଡି, ନିବେଦିତା ବେହେରାଙ୍କ ସମେତ ୩୮ଜଣ ଚାଷୀ ପ୍ରାର୍ôଥପତ୍ର ଦାଖଲ କରିଥିଲେ ।