ଶାନ୍ତିଶୃଙ୍ଖଳାର ସହ ପୌର ଓ ଏନଏସି ନିର୍ବାଚନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ଏନଏସି: ରେ ଅଧ୍ୟକ୍ଷ ଓ କାଉନସିଲର ପଦବୀ ନିମନ୍ତେ ନିର୍ବାଚନର ମତଦାନ ଆଜି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ଏନ୍ଏସିରେ ଖବର ଲେଖିବା ସୁଦ୍ଧା ଊଭୟ ସହରରେ ଶତକଡା ୫୦ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି । ନିର୍ବାଚନ ସମାପନ ପରେ ସମସ୍ତ ଇଭିଏମ୍ ମେସିନକୁ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମ୍ ରେ ରଖା ଯାଇଛି । ଆସନ୍ତା ୨୬ ତାରିଖ ମତଗଣା ପରେ ସମସ୍ତ ପ୍ରାର୍ଥୀଙ୍କ ଅଙ୍କକୋଷା, କଳ୍ପନା ଜଳ୍ପନା ଆଦିର ପୂର୍ଣ୍ଣଛେଦ ପଡିବ । ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବନ୍ଦବୋସ୍ତ କରିଥିବାର ଦେଖିବାକୁ ମିଳିଥିଲା । ପାରାଳାଖେମୁଣ୍ଡି ପୌର ପରିଷଦ ପାଇଁ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲୀପ କୁମାର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ବେଳେ କାଶୀନଗର ଏନଏସି ପାଇଁ ନିର୍ବାଚନ ଅଧକାରୀ ଭାବେ ଗୋପାଳ କୃଷ୍ଣ ଅଧିକାରୀଙ୍କ ତତ୍ତ୍ଵାବଧାନରେ ହୋଇଥିଲା । ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଥିବା ପିଙ୍କ ବୁଥ ଏବଂ ଗାନ୍ଧୀ ସ୍ମୃତି ବିଦ୍ୟାଳୟର ଆଦର୍ଶ ବୁଥ ଠାରେ ପହଞ୍ଚି ଫିତା କାଟି ଶୁଭାରମ୍ଭ କରି ନିର୍ବାଚନ ପରିଚାଳନା ସମ୍ବନ୍ଧିୟ ତଥ୍ୟ ପ୍ରଦାନ କରିଥିଲେ । ସେହିପରି କାଶୀନଗର ସହରକୁ ଜିଲ୍ଲାପାଳ ଶ୍ରୀପଣ୍ଡା ଗସ୍ତ କରି ବିଭିନ୍ନ ବୁଥ ପରିଦର୍ଶନ କରିବା ସହ ନିର୍ବାଚନ ପ୍ରକ୍ରିୟାକୁ ବୁଲି ଦେଖିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ , ପାରାଳାଖେମୁଣ୍ଡି ପୌର ପରିଷଦ ଅଧୀନରେ ୧୬ଟି ୱାର୍ଡ ଥିବା ବେଳେ ଏଠାରେ ମୋଟ ଭୋଟର ସଂଖ୍ୟା ୩୪ ହଜାର ୭୬ ରହିଛି କ୍ଷ ଏହି ୧୬ ଟି ୱାର୍ଡ ପାଇଁ ମୋଟ ୩୮ଟି ମତାଦାନ କେନ୍ଦ୍ର ହୋଇଥିବା ବେଳେ ୧୯୦ ଜଣ ପୋଲିଙ୍ଗ ପରସନଲ ସହ ୨୦ ଜଣ ରିଜର୍ଭରେ ଅଛନ୍ତି । ଏଠାରେ ଅଧ୍ୟକ୍ଷା ପଦବୀ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ଯଥା:- ବିଜେଡି , କଂଗ୍ରେସ ଓ ବିଜେପି ପକ୍ଷରୁ ୩ ଜଣ ମହିଳା ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିଭଳି ଏଠାରେ ରହିଥିବା ୧୬ଟି ୱାର୍ଡ ମଧ୍ୟରୁ ଗୋଟିଏ ୱାର୍ଡ ୧୦ ନଂ ଅପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅନ୍ୟ ୧୫ ଟି ୱାର୍ଡସଭ୍ୟ ପଦବୀ ପାଇଁ ୫୫ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ଏନଏସି ନିର୍ବାଚନ ପାଇଁ ପ୍ରତ୍ୟକ ବୁଥରେ ଅଧ୍ୟକ୍ଷ ପଦବୀ ପାଇଁ ଗୋଟିଏ ଏବଂ କାଉନସିଳଲ ପଦବି ପାଇଁ ଗୋଟିଏ ଏଭଳି ୨ଟି ଇଭିଏମ ମତଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ପାରଳାଖେମୁଣ୍ଡିର ମୋଟ ୩୮ଟି ମତାଦାନ କେନ୍ଦ୍ର ମଧ୍ୟରୁ ୫ ଟି ଯଥା:- ୧, ୨, ୩, ୧୭ ଓ ୧୮ ଉତ୍ତେଜନା ପ୍ରବଣ କେନ୍ଦ୍ର ଭାବେ ଚି଼ହ୍ନଟ ହୋଇଥିବା ବେଳେ ସେଠାରେ ସିସି କେମେରା ର ବ୍ୟବସ୍ଥା କରାଯାଇ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବାର ଦେଖିବାକୁ ମିଳିଥିଲା । ୪ଟା ଷ୍ଟ୍ରଇକିଙ୍ଗ ଫୋର୍ସ ଥିବା ବେଳେ ମାଜିଷ୍ଟ୍ରେଟ ଦାୟୀତ୍ୱରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ରହିଥିଲେ । ଏଠାରେ ୩ଟି ପିଙ୍କ ଓ ୩ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ପିଙ୍କ ମତଦାନ କେନ୍ଦ୍ରରେ କେବଳ ମହିଳା ମାନେ ପୋଲିଙ୍ଗ ଦାୟୀତ୍ୱ ତୁଲାଉଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଏହି ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ଅବାଧ ଓ ନିରପେକ୍ଷ ସହ ଶାନ୍ତିପୂର୍ଣ୍ଣ ଭାବେ ପରିଚାଲନା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରା ଯାଇଛି ବୋଲି ନିର୍ବାଚନ ଅଧିକାରୀ ତଥା ଉପ-ଜିଲ୍ଳାପାଳ ଶ୍ରୀ ଦିଲୀପ କୁମାର ମହାରଣା ଜଣାଇଛନ୍ତି । ସେହିଭଳି କାଶୀନଗର ଏନଏସି :ରେ ୧୩ ଗୋଟି ୱାର୍ଡରେ ମୋଟ ୮ହଜାର ୧୪୯ ଜଣ ଭୋଟରଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଠାରେ ୪ ଟି ୱାର୍ଡ କାଉନସିଲର ଅପ୍ରତିଦ୍ବନ୍ଦିତା ରେ ବିଜୟୀ ହୋଇଥିବା ବେଳେ ୯ଟି ୱାର୍ଡ କାଉନସିଳର ଓ ଅଧ୍ୟକ୍ଷକ୍ଷ ପଦଵୀ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ପାଇଁ ଦୁଇ ଦଳ ଯଥା ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା । ଅନ୍ୟପକ୍ଷରେ , ଚଳିତ ପୌର ଓ ଏନଏସି ନିର୍ବାଚନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ମୁକ୍ତ ଅବାଧ ଓ ନିରପେକ୍ଷ ଭାବେ ପରିଚାଲନା କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୃତୟନର ବନ୍ଦୋବସ୍ତ କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏସଡିପିଓ ରାମକୃଷ୍ଣ ପତିଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପାରଳାଖେମୁଣ୍ଡି ଠାରେ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏବଂ କାଶୀନଗର ଠାରେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ପ୍ରତ୍ୟକ ବୁଥ ଗୁଡିକୁ ପରିଦର୍ଶନ କରିଥି ନିରୀକ୍ଷଣ କରୁଥିବାର ଦେଖିବାକୁ ମିଳିଥିଲା ।


