ଶାନ୍ତିସ୍ତୁପ ଧଉଳିଠରେ ନିଆରା ସରସ୍ୱତୀ ମୂର୍ତ୍ତି

ଭୁବନେଶ୍ୱର, – : ବିଦ୍ୟାର ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଆକାର, ପ୍ରକାର ଓ ନୂତନ ଆଭୂଷଣରେ ମଣ୍ଡିତ ହେଉଥିବା ବେଳେ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେବୀଙ୍କ ମୂର୍ତ୍ତିକୁ ଏକ ନିଆରା ଶୈଳୀ ଓ ସୃଜନଶୀଳ ଢଙ୍ଗରେ ତିଆରି କରିଛନ୍ତି । ଏହି ମୂର୍ତ୍ତିକୁ ନିତ୍ୟ ବ୍ୟବହାର୍ଯ୍ୟ ଝୋଟ ତିଆରି ଅଖା ଓ ସୁତୁଲି ଦ୍ୱାରା ନିଖୁଣ ଭାବରେ ବିଭିନ୍ନ ଡ଼ାଳି, ଲତା ଓ ଫୁଲର ସମାହାରରେ ଗଢି ତୋଳିଛନ୍ତି । ୮ ଫୁଟ୍ ଉଚ୍ଚର ଏହି ମୂର୍ତ୍ତିରେ ଅଖା, ସୁତୁଲି ବ୍ୟତୀତ ସ୍ଥାନେ ସ୍ଥାନେ ଛୋଟ ଦର୍ପଣର ବ୍ୟବହାର ମଧ୍ୟ କରିଛନ୍ତି ଯାହାକି ଶିଳ୍ପୀମାନଙ୍କୁ ତିଆରି କରିବାକୁ ୧୫ ଦିନ ସମୟ ଲାଗିଥିଲା । ଉକ୍ତ ମୂର୍ତ୍ତିଟି ମହାବିଦ୍ୟାଳୟର ଛାତ୍ରୀ ଶୁଭଦ୍ରା ମହାନ୍ତି, ଅର୍ପିତା ଦାସ, ଦିପ୍ତୀମୟୀ ଚମ୍ପତ୍ତି, ଦିପ୍ତୀମୟୀ ବାରିକ ଓ ଛାତ୍ର ଅଂଶୁମାନ ସ୍ୱାଇଁ, ସ୍ମୃତିରଞ୍ଜନ ରୟ, ଜ୍ୟୋର୍ତିଦେବ ସିଂ ଆଦି ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ତିଆରି କରିଥିଲେ । ପ୍ରକାଶଥାଉକି, ଦୀର୍ଘ କେତେବର୍ଷ ଧରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସାୟନିକ ରଙ୍ଗ, ଜରି କିମ୍ବା ପରିବେଷ ପ୍ରଦୂଷଣ ପଦାର୍ଥକୁ ବ୍ୟବହାର ନ କରି ପରିବେଶ ଅନୁକୂଳ ଉପକରଣରେ ତିଆରି କରି ସମାଜକୁ ଏକ ନୂତନ ବାର୍ତ୍ତା ଦେବା ସହ କଳାର ବିଭିନ୍ନ ପାରମ୍ପରିକ ଶୈଳୀକୁ ଲୋକଲୋଚନକୁ ଆଣିବା ପାଇଁ ଏହା ମାଧ୍ୟମରେ ଚେଷ୍ଟା କରିଥାନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ସମ୍ପାଦକ ମିହିରକାନ୍ତ ପ୍ରହରାଜ, ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ, ଅନସୂୟା ସାହୁ, ଶ୍ରୀମତୀ ଆଚାର୍ଯ୍ୟ, ସଞ୍ଜୟ କୁମାର ପରିଡ଼ାଙ୍କ ସମେତ ଅଧ୍ୟାପକ ମାନସ ରଞ୍ଜନ ନାୟକ, ପ୍ରଦୀପ କୁମାର ସାହୁ, ବିଶ୍ୱକାନ୍ତ ପଣ୍ଡା, ଅଧ୍ୟାପିକା ସସ୍ମିତା କାମିଳା ଓ ମଧୁସ୍ମିତା ଦାସ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ