ଶାନ୍ତିସ୍ରୋତ ଭବନରେ ମହାଶିବରାତ୍ରି ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଶାଖା ତରଫରୁ ଶାନ୍ତି ସ୍ରୋତ ଭବନଠାରେ ମହାଆଡମ୍ବରରେ ମହାଶିବରାତ୍ରି ପାଳନ କରାଯାଇଅଛି। ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମହୋଦୟଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶିବ ଧ୍ବଜା ଉତ୍ତୋଳନ କରାଗଲା । ତ୍ରିଦିବସୀୟ ମେଳା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରଦର୍ଶିତ ଷ୍ଟଲ ବୁଲି ଦର୍ଶନ କରିବା ସହିତ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ଉତ୍ତରୋତ୍ତର ଉନ୍ନତି କାମନା କଲେ । ତତ୍ ସହିତ ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ସମାଜସେବୀ ଶୂଳପାଣି ଭ୍ରାତା ମଧ୍ଯ ଉପସ୍ଥିତ ଥିଲେ ।ଦ୍ଵିତୀୟ ଦିନର ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି,ନେତାଜୀ ବିଷୋୟୀ,ସମାଜସେବୀ ଶୂଳ ପାଣି ଶତପଥି,ଲେଖକ ଅଶୋକ ସାହୁ ପ୍ରମୁଖ ଯୋଗଦେଇ ଥିଲେ।ସନ୍ଧ୍ୟା ରେ ଓଁ ସଙ୍ଗୀତ ଏକାଡେମୀ ର ପ୍ରଦୀପ ସ୍ୱାଇଁ ଙ୍କ ଦ୍ଵାରା ଚିତାକର୍ଷକ ଭଜନ କାର୍ଯ୍ୟକ୍ରମ ପରିବେସିତ ହୋଇଥିଲା ।ଅନୁଷ୍ଠାନ ର ଭାଇ ଭଉଣୀ ଙ୍କ ଦ୍ଵାରା ବିଭିନ୍ନ ଦେବଦେବୀଙ୍କ ଚୈତନ୍ୟ ଝାଙ୍କି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରିଶେଷରେ ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଭାଇଭଉଣୀ ଉପସ୍ଥିତ ଉକ୍ତ ଉତ୍ସବର ପାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ