ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳ ବାସୀ ଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଜନ ସମ୍ପର୍କ ଶିବିର 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭାଲିଆପାଣି  ପଞ୍ଚାୟତରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳ ବାସୀ ଙ୍କ ସହ ସୁସମ୍ପର୍କ ରଖିବା ପାଇଁ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ପରିଚାଳିତ ହୋଇ ୧୨୭ ବାଟାଲିୟନ ସିଆରପିଏଫ ତରଫରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ପୁଲିସ ଇନ୍ସପେକ୍ଟର ଜେନେରାଲ୍ ଓଡିଶା ସେକ୍ଟରର ଏସ୍. କେ. ମହାନ୍ତି, ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ଙ୍କ ମାର୍ଗ ଦର୍ଶନ ଅନୁସାରେ ୧୨୭ ବାଟାଲିୟନର ଦ୍ଵିତୀୟ କମାଣ୍ଡ ଶ୍ରୀ ଆର.ଏଲ.ଫିମେଟ୍ ଓ ଶ୍ରୀ ମଉଲୀ ମୋହନ କୁମାର ଦ୍ୱିତୀୟ କମାଣ୍ଡ (ପରିଚାଳନା) ଏବଂ ସିଆରପିଏଫ୍ ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ପଞ୍ଚାୟତର ୧୮୮ ପରିବାର ଙ୍କୁ ଏକ ରଙ୍ଗୀନ ଇଭେଣ୍ଟରେ ସୋଲାର ଲ୍ୟାମ୍ପ, ରେଡିଓ ସେଟ୍, ୱାଟର ଷ୍ଟୋରେଜ୍ ଟ୍ୟାଙ୍କ ବଣ୍ଟନ କରାଯିବା ସହ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ କି ପଞ୍ଚାୟତ ବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ମାଗଣା ଔଷଧ ଅଭାବୀ ଏବଂ ଗରିବ ଲୋକଙ୍କୁ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିୟନର ବିଜୟ ପ୍ରସାଦ ଚୋବେ ,ଫାର୍ମାସିଷ୍ଟ ବି.କେ. ପଟ୍ଟନାୟକ ତଥା କମ୍ପାନୀ କମାଣ୍ଡର ବାଟାଲିୟନ,  ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପାତ୍ର   ଏବଂ ଅଞ୍ଚଳର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ | ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଶ୍ରୀ ଆର୍ .ଏଲ୍ .ଫିମେଟ ନିଜ ବକ୍ତବ୍ୟ ରେ ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ତଥା ମାଓବାଦୀଙ୍କ ନିଷ୍ଠୁର କର୍ଯ୍ୟକୁ ରୋକିବା ପାଇଁ କନ୍ଧମାଳ ଜିଲ୍ଲାରେ ନିୟୋଜିତ ସିଆରପିଏଫ କମ୍ପାନୀ ପ୍ରତିବଦ୍ଧତାକୁ ଦୋହରାଇବା ସହ    ସମଗ୍ର କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ  ଆଗାମୀ ଦିନରେ ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ