ଶାନ୍ତି ଓ ସଦ୍ଭାବନା ଯାତ୍ରାକୁ ଗୋବରାରେ ବିପୁଳ ସ୍ୱାଗତ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶରେ ଗଠିତ ରାଷ୍ଟ୍ରୀୟ ଯୁବ ସଂଗଠନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓ ରାଜିବ ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ “ଶାନ୍ତି,ସଂହତି,ସଦ୍ଭାବନା”ଯାତ୍ରା ଗୋବରାଠାରେ ପହଞ୍ଚିଥିଲା । ଏହି ଅବସରରେ ଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରାଯିବା ସହ ଗୋବରା ବଡଦାଣ୍ଡ ସାହିରେ ସ୍ଥାନୀୟ ସରପଞ୍ଚ ଇନ୍ଦିରା ବାଇ ରାଜୁଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଶ୍ୱଭାରତୀର ସଭାପତି କୁଞ୍ଜବିହାରୀ ନାୟକ,ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ପଣ୍ଡିତ ସୁରେନ୍ଦ୍ର ପାତ୍ର,ଯୁବ ସଂଗଠନ ବିଭୁପାଦ ଜେନା, ସୁରେନ୍ଦ୍ର ଦାସ ଓ ନଳୀନିକାନ୍ତ ଶର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ ।ସମସ୍ତେ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ଯାତ୍ରାରେ ସାମିଲ ଯାତ୍ରୀଙ୍କ ପକ୍ଷରୁ “ଗୋଟିଏ ଅଚିହ୍ନା ଶବ”ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା ।ଏହି ଯାତ୍ରୀ ଦଳ ମାଥିଲି ରୁ ବାହାରି ୧୧ଟି ଜିଲ୍ଲା ଅତିକ୍ରମ କରି ୨୬ ତାରିଖରେ ଯାଜପୁର ଜିଲ୍ଲାର ବାଲିପଡିଆ ଠିଆ ପହଞ୍ଚିବା କାର‌୍ୟ୍ୟକ୍ରମ ରହିଛି ।ସେଠାରେ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରୀ ଦଳର ମୁଖ୍ୟ ଡଃ ବିଶ୍ୱଜିତ୍ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ