ଶାନ୍ତି ଜ୍ୟୋତି ଭବନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ଶାନ୍ତି ଜ୍ୟୋତି ଭବନ ନିଳାଚଳ ନଗର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଆଶ୍ରମ ପରିସରରେ ପ୍ରାତଃ ସମୟରେ ଭାରତ ସରକାରଙ୍କ ଦ୍ୱାରା ଆୟୁଷର ଯୋଗ ଶିକ୍ଷକ ତଥା ଟି କେ ସି ଗୃପର ମୂଖ୍ୟ ପ୍ରବନ୍ଧକ ଭ୍ରାତା ପ୍ରିୟ ରଞ୍ଜନ ମହାପାତ୍ର ସମସ୍ତ ବ୍ରହ୍ମାକୁମାର ଓ କୁମାରୀ ବିଦ୍ୟାର୍ଥୀ ମାନଙ୍କୁ ଯୋଗ ବ୍ୟାୟାମ ପ୍ରତ୍ୟକ୍ଷ ଭାବେ ଶିକ୍ଷା ପ୍ରଦାନ କରିଥିଲେ। ପୁନଃ ସନ୍ଧ୍ୟା ସମୟରେ ଆୟୋଜିତ ଏକ ସ୍ନେହ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରସ୍ଵତୀ ସ୍ନାତକ ବିଦ୍ୟା ମନ୍ଦିରର ପ୍ରାଧ୍ୟାପକ ଭ୍ରାତା ଡଃ ବିବେକାନନ୍ଦ ପଣ୍ଡା, ଟି କେ ସି ଗୃପର ମୂଖ୍ୟ ପ୍ରବନ୍ଧକ ଭ୍ରାତା ପ୍ରିୟ ରଞ୍ଜନ ମହାପାତ୍ର, ସ୍ଥାନୀୟ ରାଜଯୋଗ ଶିକ୍ଷୟତ୍ରୀ ବ୍ରହ୍ମାକୁମାରୀ ଭଗ୍ନୀ ପ୍ରଶଂସା, ବିଜୟାନଗରମ୍ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରାଧ୍ୟାପିକା ଡଃ ସନ୍ଧ୍ୟା ଶ୍ରୀ ପଣ୍ଡା ଓ ବ୍ରହ୍ମାକୁମାରୀ ଭଗ୍ନୀ ବିଷ୍ଣୁପ୍ରିୟା ଶୁଭ ସଂକଳ୍ପର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଛନ୍ତି। ବ୍ରହ୍ମାକୁମାରୀ ବିଷ୍ଣୁପ୍ରିୟା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସ୍ପଷ୍ଟ କରିବା ସଙ୍ଗେ ସଙ୍ଗେ ମଞ୍ଚ ପରିଚାଳନା କରିଛନ୍ତି। ବ୍ରହ୍ମାକୁମାରୀ ଭଗ୍ନୀ ପ୍ରଶଂସା ସମସ୍ତଙ୍କୁ ରାଜଯୋଗ ବିଷୟରେ ଅବଗତ କରାଇବା ସହ ରାଜଯୋଗର ଅଭ୍ୟାସ ନିତ୍ୟ ପ୍ରୟୋଗ କରି ସକାରାତ୍ମକ ବିଚାର ଦ୍ଵାରା କିପରି ସକାରାତ୍ମକ ସତୋପ୍ରଧାନ ପବିତ୍ର ସତ୍ୟ ଯୁଗର ନିର୍ମାଣ କରିବା ପୂର୍ବକ ଏ ବର୍ଷର ଶୀର୍ଷକ ସକାରାତ୍ମକ ବିଚାର ବର୍ଷକୁ ସାକାର କରିବା ସ୍ପଷ୍ଟ କରିଛନ୍ତି। ମୂଖ୍ୟ ଅତିଥି ଭ୍ରାତା ଡଃ ବିବେକାନନ୍ଦ ପଣ୍ଡା ସମସ୍ତଙ୍କୁ ଏକ ବିଶ୍ଵ ଏକ ପରିବାର ଗଠନର ଆଧାର – କେବଳ ଯୋଗର ପ୍ରୟୋଗ ବୋଲି ବ୍ୟକ୍ତ କରିଛନ୍ତି। ଅନ୍ୟତମ ଅତିଥି ଟି କେ ସି ଗୃପର ମୂଖ୍ୟ ପ୍ରବନ୍ଧକ ଭ୍ରାତା ପ୍ରିୟ ରଞ୍ଜନ ମହାପାତ୍ର ସମସ୍ତଙ୍କୁ ରାଜଯୋଗ ପ୍ରୟୋଗ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପରିଶେଷରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଅଧ୍ୟାପକ ଭଗ୍ନୀ ଡଃ ସନ୍ଧ୍ୟା ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏପରି ପରମାତ୍ମା ଙ୍କ ମଧୁର ସ୍ମୃତିରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପନ୍ନ ହୋଇଛି।


