ଶାନ୍ତି ବେଶ ରେ ଦର୍ଶନ ଦେଉଛନ୍ତି ମା ମଙ୍ଗଳା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ଆଜିମହା ନବମୀ ତିଥି ହୋଇଥିବାରୁ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ଶାନ୍ତି ବେଶ ରେ ସଜ୍ଜିତ କରାଛି। ଆଜି ପ୍ରାତଃ ରେ ମା ଙ୍କ ମହା ସ୍ନାନ ଓ ସନ୍ଧ୍ୟା ରେ ମନ୍ଦିର ରେ ଶାନ୍ତି ହୋମ ଅନୁଷ୍ଠିତ ହୋଇଥିଲା। ଷୋଡଶ ଉପଚାର ପୂଜାପଣ୍ଡା ଭାବେ ରଘୁନାଥ ଦିକ୍ଷୀତ, ପାଳିଆ ସେବାୟତ ଭାବେ ତୁଷାର ରଞ୍ଜନ ଦିକ୍ଷୀତ ମା ଙ୍କ ବେଶ ଓ ଅନ୍ୟାନ୍ୟ ପୂଜା ନିତି ଅନୁଷ୍ଠିତ କରିଥିଲେ।ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର । ମଙ୍ଗଳ ବାର ବିଜୟା ଦଶମୀ ରେ ହର ଦୂର୍ଗା ଭେଟ ଉତ୍ସବ ପାଳନ ହୋଇ ମା ମଙ୍ଗଳା ଙ୍କ ଶାରଦୀୟ ପାର୍ବଣ ପୂଜା ର ପରିସମାପ୍ତି ଘଟିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ