ଶାନ୍ତି ମିଶ୍ର ହତ୍ୟା ମାମଲା ୧୧ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ଗୋଶାଣୀନୂଆ ଗାଁ ଥାନା ଅଞ୍ଚଳରେ ୨୦୧୩ ଜାନୁୟାରୀ ୨୯ ତାରିଖରେ ହୋଇଥିବା ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି କୋର୍ଟ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ରାକେଶ ପଣ୍ଡା ଓରଫ ମାଙ୍ଗା,ଟୁକୁନା ବେହେରା, ଡାକ୍ତର ଅରଫ ସନ୍ତୋଷ କୁମାର ସାହୁ, ମୂର୍ତ୍ୟୁଞ୍ଜୟ ସାବତ, ଇଚିଲି ଓରଫ ସନ୍ତୋଷ ପାଣିଗ୍ରାହୀ, ବୁଡୁଦାସ, ଗଣେଶ ପାଣିଗ୍ରାହୀ, ଏସକେ ଜାଫର୍,ବାବାଜୀ ରଣା, ଶଙ୍କର୍ଷଣ ପାଢ଼ୀ ଓ ଶଙ୍କର ବେହେରା । ଏହି ମାମଲାର ବିଚାରଣ ସରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ଏଯାବତ ଫେରାର ରହିଛି। ସୂଚନାଯୋଗ୍ୟ ଯେ, ଶାନ୍ତି ପ୍ରସାଦ ମିଶ୍ରଙ୍କ ନାମରେ ଏକାଧିକ ମାମଲା ରହିଥିଲା। ଗତ ୨୦୧୩ ଜାନୁଆରୀ ୨୯ ତାରିଖ ସକାଳେ ଶାନ୍ତି ମିଶ୍ର ଗୋଶାଣିନୁଆଗାଁ ଥାନାକୁ ଯାଇ ସେଠାରେ ହାଜିରା ଦେଇଥିଲେ। ସେଠାରୁ ସେ ବାଇକ ରେ ଘରକୁ ଫେରୁଥିଲେ। ଗୋଶାଣିନୁଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଥିଲେ। ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଢାଇ ଗୋଢାଇ ଖଣ୍ଡା ରେ ହାଣିଥିଲେ। ସେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଶେଷରେ ନିକଟରେ ଥିବା ଏକ ପୋଖରୀ ଭିତରେ ପଶିଯାଇଥିଲେ। ହେଲେ ଦୁର୍ବୃତ୍ତ ମାନେ ସେଠାରେ ଆତଙ୍କରାଜ ଖେଳାଇବା ସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ। ପୋଖରୀ ଭିତରେ ଥିବା ଶାନ୍ତି ମିଶ୍ରଙ୍କୁ ସେମାନେ ଚାଟିପଟେ ଘେରିଯାଇ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ପରେ ଅପରାଧୀ ମାନେ ସେଠାରୁ ଚମ୍ପଟ ମାରିଥିଲେ। ପୋଲିସ ସେଠାରେ ପହଞ୍ଚି ଗୁରୁତର ଆହତ ଶାନ୍ତିଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ଅନିଲ ନାୟକ ଥାନାରେ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ