ଶାନ୍ତି ଶାନ୍ତି ସ୍ଥାପନା ପାଇଁ ନ୍ୟାୟକୁ ପ୍ରାଧାନ୍ୟ ଦେବା ଉଚିତ୍

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଘମାରି ନିକଟସ୍ଥ ପଙ୍ଗାରସିଂ ଗ୍ରାମରେ ଅହମଦୀୟା ମୁସଲିମ ସଂଗଠନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ଏକ ଧର୍ମସଭା ଅନୁଷ୍ଠିତ ହୋଇଛି । ଏହି ଧର୍ମସଭାରେ କେରଂଗର ପୂର୍ବତନ ସଭାପତି ମୁନୱର ଅହମଦ ସଭାପତିତ୍ୱ କରିଥିଲେ । ପବିତ୍ର କୋରାନ ପାଠ ପଙ୍ଗାରସିଂ ଗ୍ରାମର ସଭାପତି ଅନୱର ଅହମଦ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଓ ନୟାଗଡ଼ର ଇନଚାର୍ଜ ମୌଲାନା ଫଜଲ ହକ ଖାଁ କହିଲେ, ଆତ୍ମଶାନ୍ତି ହିଁ ବିଶ୍ୱଶାନ୍ତିର ମୂଳ ମନ୍ତ୍ର । ନିଜେ ଶାନ୍ତିରେ ରହି ଅନ୍ୟକୁ ଶାନ୍ତି ପ୍ରଦାନ କରିବା ହିଁ ମାନବିକତାର ପରିଚୟ । ଏହିଭଳି ଭାବେ ଆମେ ଆମ ସମାଜ, ପରିବେଷ,ଦେଶ ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ କରିପାରିବା । ଶାନ୍ତି ସ୍ଥାପନା ପାଇଁ ନ୍ୟାୟକୁ ପ୍ରାଧାନ୍ୟ ଦେବା ହିଁ ଅତ୍ୟନ୍ତ ଆବଶ୍ୟକ । ଆତ୍ମଶାନ୍ତି ପରମାତ୍ମଂକ ସହ ସୁସମ୍ପର୍କ ସ୍ଥାପିତ କରିବାରେ ହିଁ ମିଳିପାରିବ । ମୁଖ୍ୟ ବକ୍ତାଭାବେ କେରଂଗ ବସ୍ତିର ମୌଲାନା ଜମାଲ ଶରିୟତ ଅହମଦ କହିଲେ, ମାନବବାଦର ପ୍ରଚାର ଦ୍ୱାରା ବିଶ୍ୱଭାଇଚାରା ସୃଷ୍ଟି ହୋଇଥାଏ । କୌଣସି ଦେଶର ଏକତା, ଅଖଣ୍ଡତା ହିଁ ଶାନ୍ତି ପ୍ରଦାୟକ ହୋଇପାରିଥାଏ । ଏ ସମୟରେ ବିଶ୍ୱମାନପଟରେ ଅହମଦୀୟା ମୁସଲିମ ସଂଗଠନ ସବୁ ସ୍ଥାନରେ ଏପରି ଶାନ୍ତି, ସହିଷ୍ଣୁତା ଏବଂ ସଦ୍ଭାବନାର ସଂଦେଶ ଦେଇଆସୁଛି । ଅହମଦୀୟା ମୁସଲିମ ସଂଗଠନର ପ୍ରବର୍ତକ ହଜରତ ମିର୍ଜା ଗୁଲାମ ଅହମଦ ସମଗ୍ର ମାନବ ଜାତି ପାଇଁ ଏଯୁଗରେ ଶାନ୍ତିର ରାଜକୁମାର ହୋଇ ଆବିର୍ଭାବ ହୋଇ ଆସିଛନ୍ତି । ତାଂକ ଅନ୍ତେ ଅହମଦୀୟା ସଂଗଠନର ୫ମ ଖଲିଫା ହଜରତ ମିର୍ଜା ମସରୁର ଅହମଦ ସମଗ୍ର ବଶ୍ୱରେ ଶାନ୍ତିର ବାରତା ଦେଇଚାଲିଛନ୍ତି । ଏହି ଧର୍ମ ସମ୍ମିଳନୀରେ ମୌଲାନା ହଲିମ ଅହମଦ, ମୌଲାନା ନୁରୁଲ ହକ ଖାଁ, ଅମଜାଦ ଖାଁ, ଶୋଏବ ଅହମଦ ଏବଂ ଅବ୍ଦୁର ରହମାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସଭାକୁ ନୁରୁଦ୍ଦିନ ଖାଁ, ମନସୁର ଖାଁ ଏବଂ ସମସୁର ଖାଁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ