ଶାନ୍ତି ଶୃଙ୍ଖଳାରେ ଶେଷ ଉପନିର୍ବାଚନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନଂ ଜିଲ୍ଲାପରିଷଦ ସଭ୍ୟ ଉପନିର୍ବାଚନ ପାଇଁ ଆଜି ମତଦାନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ଭାବେ ସରିଯାଇଛି । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୯୬ଟି ବୁଥରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଜୋନ୍ ର ୬ଟି ପଞ୍ଚାୟତ ଚମାଖଣ୍ଡି , ଲକ୍ଷ୍ମୀପୁର , ଶ୍ରୀରାମଚନ୍ଦ୍ରପୁର, ସୁନ୍ଦରପୁର, ନରେନ୍ଦ୍ରପୁର ଓ ଟାଙ୍ଗଣାପଲ୍ଲୀ ରେ ସମୁଦାୟ ଭୋଟର ସଂଖ୍ୟା ୩୬୭୨୩ ଥିବା ବେଳେ ଆଜି ୧୭୧୯୭ ଜଣ ଭୋଟ ମତଦାନ କରିଛନ୍ତି । ଯାହାକି ମୋଟ ଭୋଟର ୪୬.୮୩ ପ୍ରତିଶତ ଅଟେ । ଚମାଖଣ୍ଡି ପଞ୍ଚାୟତରେ ୪୫୦୬ ଭୋଟର ସଂଖ୍ୟା ଥିବା ବେଳେ ୨୯୩୩ ମତଦାନ ହୋଇଛି । ସେହିପରି ଲକ୍ଷ୍ମୀପୁର ପଞ୍ଚାୟତର ୫୩୯୭ ରୁ ୨୬୯୩, ନରେନ୍ଦ୍ରପୁର ପଞ୍ଚାୟତର ୬୨୭୪ ରୁ ୨୧୦୦, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ୪୩୬୦ରୁ ୨୪୦୦, ସୁନ୍ଦରପୁର ପଞ୍ଚାୟତର ୯୧୬୧ ରୁ ୩୭୩୪ ଓ ଟାଙ୍ଗଣାପଲ୍ଲୀ ପଞ୍ଚାୟତରେ ୭୦୨୩ ଜଣ ଭୋଟର ଥିବା ବେଳେ ୩୪୨୩ଜଣ ମତଦାନ କରିଛନ୍ତି । ଏହି ଆସନ ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜେଡି ପକ୍ଷରୁ ପ୍ରମୋଦ କୁମାର ପ୍ରଧାନ, ବିଜେପି ପକ୍ଷରୁ ରଂଜିତ ପ୍ରଧାନ, ସିପିଆଇରୁ ଭାଗିରଥୀ ପ୍ରଧାନ ଓ କଂଗ୍ରେସ ପକ୍ଷରୁ ରବିନ୍ଦ୍ର ସେଠୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆସନ୍ତା କାଲି ବ୍ଲକ କାର୍ଯ୍ୟାଳୟରେ ସକାଳ ୭ଟାରୁ ଭୋଟ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୯୬ଟି ବୁଥ୍ ୮ଟି ଟେବୁଲରେ ୧୨ ରାଉଣ୍ଡ ଗଣତି ହେବ । ଏହାକୁ ଛତ୍ରପୁର ବିଡିଓ ଓ ତହସିଲଦାରଙ୍କ ସମେତ ବହୁ ନିର୍ବାଚନରେ ମୁତାୟନ ହୋଇଥିବା ଅଧିକାରୀ ମାନେ ରହିବେ । ସୂଚନା ଯୋଗ୍ୟ ଯେ ଜୋନ୍ ରୁ ପୂର୍ବରୁ ବର୍ତ୍ତମାନର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଜୟୀ ହୋଇ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ବେହେରା ଛତ୍ରପୁର ବିଧାୟକ ହେବା ପରେ ଆସନ ଟି ଖାଲି ପଡିଥିଲା । ଆଜି ଉପନିର୍ବାଚନରେ ଭୋଟ ମତଦାନ ଅନୁଷ୍ଠିତ ହୋଇଥିଲ।।