ଶାନ୍ତି ସଦଭାବନା ଯାତ୍ରାକୁ ଛତ୍ରପୁରରେ ସ୍ୱାଗତ
ଛତ୍ରପୁର; ଗାନ୍ଧୀଜିଙ୍କ ୧୫୦ ତମ ଜୟନ୍ତି ଅବସରରେ ବୀର ଶହିଦ୍ ଲକ୍ଷ୍ମଣ ନାୟକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ରାଷ୍ଟ୍ରୀୟ ଯୁବା ସଂଗଠନ,ଉକ୍ରଳ ଗାନ୍ଧୀ ସ୍ମାରକନିଧୀ,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଶାନ୍ତି-ସଂହତି-ସଦଭାବନା ଯାତ୍ରା ଶନିବାର ଛତ୍ରପୁର ଠାରେ ପହଞ୍ଚିଥିଲା । ପରେ ପରେ ଏକ ସଭା ସ୍ଥାନୀୟ ପିଏନୟୁଏ କଲେଜ ଠାରେ ରୁଷିକୁଲ୍ୟା ରଇତ ମହାସଭା ସଂପାଦକ ସିମାଞ୍ଚଳ ନାହାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ରଳ ଗାନ୍ଧୀ ସ୍ମାରକ ନିଧୀ ର ସଭାନେତ୍ରୀ କୃଷ୍ଣା ମହାନ୍ତି,ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଠ୍ରୀୟ ସଂଯୋଜକ ଡାକ୍ଟର ବିଶ୍ୱଜିତ୍,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିସାକାର ଦାଶଙ୍କ ସହ ୨୦ ଜଣ ଅଭିଯାତ୍ରୀ ରଞ୍ଜିତ ଦେଉରୀ,ସୂର୍ଯ୍ୟ ନାରାୟଣ ନାଥ,ମାନସ ପଟ୍ଟନାୟକ,ସୋନାଲି ମିଶ୍ର,ପ୍ରଦ୍ୟୁମ୍ନ,ସୈାମ୍ୟ,ଅରବିନ୍ଦ,ଶୁଭଶ୍ରୀ,ପ୍ରିୟଙ୍କା,ଫୁଲ ଲତା,ସୁଦିପ୍ତ ଛୋଟରାୟ ପ୍ରମୂଖ ଏହି ଯାତ୍ରାରେ ସାମିଲ୍ ହୋଇଥିଲେ । ଆୟୋଜିତ ସଭାରେ ସଂଗ୍ରାମୀ ନେତା ତଥା ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି,ବିଜୁ ଜନତା ଦଳର ବର୍ଷିୟାନ ନେତା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ,କଂଗ୍ରେସ ୍ଦଳର ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ଭାଗିରଥୀ ବେହେରା,କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଆମିନ୍ ଖାନ୍,କଂଗ୍ରେସ ନେତା ଗଣପତି ବାରିକ,ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋକୁଳ ଚନ୍ଦ୍ର ପଣ୍ଡା,ଯୁବ ଆଇନଜିବୀ ତଥା ପିଏନୟୁଏ କଲେଜ ର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ଦାଶ,ଅଧ୍ୟାପକ ଡଃ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗାନ୍ଧୀଜିଙ୍କ ଗୁଣଗାନ କରିଥିଲେ । ଏଠାରେ ଯାତ୍ରୀ ମାନେ “ଗୋଟିଏ ଅଚିହ୍ନା ଶବ” ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଏହି ଯାତ୍ରୀ ଦଳ ମାଥିଲି ରୁ ବାହାରି ୧୧ ଟି ଜିଲ୍ଲା ଅତିକ୍ରମ କରି ୨୬ ତାରିଖରେ ଯାଜପୁର ଜିଲ୍ଲାର ବାଲିପଡିଆ ଠାରେ ପହଞ୍ଚିବ । ସେଠାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଉଦଯାପିତ ହେବ ବୋଲି ଏଠାରେ ଡଃ ବିଶ୍ୱଜିତ୍ ସୂଚନା ଦେଇଥିଲେ । ବର୍ତ୍ତମାନ ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ସ୍ଥିତି ସଂପର୍କରେ ସଭାରେ ଆଲୋଚନା କରାଯାଇଥିଲା । ଏଥିସହ ସାମ୍ପ୍ରଦାୟିକ ସଦଭାବନାର ଆବଶ୍ୟକତା ଉପରେ ଅତିଥୀ ମାନେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନିସାକାର ଦାସଙ୍କୁ ପୂର୍ବତନ ବିଧାୟକ ଶ୍ରୀ ଚୈାଧୁରୀ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।