ଶାନ୍ତି ସୂଂଖଳାରେ ଝାମୀ ଯାତ୍ରା ଶେଷ

ବ୍ରହ୍ମପୁର : ମହାନଗରର ଅନ୍ତର୍ଗତ ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ଥିବା ଝାମୀ ମନ୍ଦିରରେ ମହାସମାରୋହରେ ଝାମୀ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଭକ୍ତିପୂର୍ଣ୍ଣ ଓ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଯାତ୍ରାରେ ସକାଳୁ ସକାଳୁ ଭକ୍ତମାନେ ଲମ୍ବା ଧାଡିରେ ଛିଡା ହୋଇ ମାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଯାତ୍ରା କେଉଁ କାଳରୁ ଚାଲିଆସୁଥିବା ବେଳେ ଫାଲଗୁନ ମାସ ଅଷ୍ଟମି କିମ୍ବା ନବମୀ ତିଥୀରେ ପଜିଂକା ଅନୁଯାୟୀ ସ୍ଥିର କରାଯାଇ ଝାମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାତ୍ରାରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସେବା କାର୍ଯ୍ୟ କରାଯାଇଥିଲା । ଇନରହ୍ବିଲ କ୍ଲବ ତରଫରୁ ଆଇସକ୍ରୀମ ବଣ୍ଟନ କରାଯାଇଥିଲାବେଳେ ରବିନ ହୁଡ ଆରମୀ ତରଫରୁ ଗ୍ଳୁକୋଜ ଓ ଥଣ୍ଡା ସର୍ବତ ବଣ୍ଟନ କର ଯାଇ ଥିଲା, ଇନରହ୍ବିଲ କ୍ଲବ ସଭାପତି ସୋନାଲୀ ହଜାରା, ସଂପାଦକ ଅନିତା, ଅପ୍ରମିତା ମଙ୍ଗରାଜ, ଅମୃତା, ଗାୟତ୍ରୀ, ଭବାନି, ନିରଜା, ସୁନିତା, ମମତା ଓ ରବିନ ହୁଡ ଆରମୀ ତରଫରୁ ଲଳିତ ମୋହନ ମଙ୍ଗରାଜ, ବିଜୟ, ଅନିଲ କୁମାର ପ୍ରମୁଖ ସହଯୋଗ କରିଥିଲେ । ହଜାର ହଜାର ସଂଖ୍ୟାର ଭକ୍ତମାନଙ୍କ ଭିଡକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ ସୁପରିଚାଳନା କରି ଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା କରାଯାଇ ଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିଟିର ସମସ୍ତ ସଦସ୍ୟଙ୍କ ସହ କିନର ସଂଘ ଓ ଅନ୍ୟାନ୍ୟ ବହୁ ସଂଗଠନ ସହାୟତାର କରିଥିଲେ । ସମାଜସେବୀ ଆର. ମୁରଲୀମୋହନ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେଇ ଥିଲେ । ଗୌରାଙ୍ଗ ଚୌଧୁରୀ, ଅନିଲ କୁମାର ଚୌଧୁରୀ, ସୁଶାନ୍ତ ସାହୁ, ଶିବ ସାହୁ, ଆଶୁତୋଷ ମହାପାତ୍ର, ପବିତ୍ର ମହାନ୍ତି, ମୁନା ମହାପାତ୍ର, ରାମଜୀ ପଟ୍ଟନାୟକ, ମଧୁ ରେଢୀ, ଅଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ