ଶାନ୍ତି ସ୍ରୋତ ଭବନରେ ଅବ୍ୟକ୍ତ ସ୍ମୃତି ଦିବସ ପାଳନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ ଶାନ୍ତି ସ୍ରୋତ ଭବନଠାରେ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳନ ହୋଇଯାଇଛି। ଏଥିରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ସାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନିଜସ୍ୱ ପରିବର୍ତ୍ତନରେ ବିଶ୍ବ ପରିବର୍ତ୍ତନ ବୋଲି ଦୃଢେ଼ାକ୍ତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଲଡୁ କିଶୋର ମହାପାତ୍ର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସାର୍ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ରୂପେ ଉକ୍ତ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ପ୍ରଜାପିତା ବ୍ରହ୍ମାବାବାଙ୍କ ତ୍ୟାଗ ଓ ତପସ୍ୟା ବିଶ୍ବ ପରିବର୍ତ୍ତନର ଦୁଇଟି ସହାୟକ ସ୍ତମ୍ଭ ବୋଲି ବିଶଦ ଆଲୋଚନା କରିବା ସହିତ ନୀରବତା ଗୁଣର ସଦୁପଯୋଗ ବର୍ତ୍ତମାନ ସମାଜ ପାଇଁ ନିତାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ। ସାମ୍ବାଦିକ ଭ୍ରାତା ଲୋକନାଥ କର , ବିଶ୍ବମ୍ବର ଜେନା , ସମାଜସେବୀ ଶୂଳ ପାଣି ଶତପଥି ,ବ୍ୟାଙ୍କ କର୍ମଚାରୀ ସମେତ ୫୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ ।