ଶାରଦା ଦେବୀଙ୍କ ଜନ୍ମ ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ବିଶୋଳ ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ଠାରେ ଶାରଦା ଦେବୀଙ୍କ ୧୭୦ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ମଙ୍ଗଳ ଆରତୀ ଓ ବେଦପାଠ ସହିତ ମହୋତ୍ସବ ଆରମ୍ଭ ହୋଇଥିଲା। ପରେ ଷୋଡଶ ଉପଚାର ପୂଜା ସହିତ ହୋମଯଜ୍ଞ ଓ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହାଛଡା ଦେବୀ ପ୍ରତିମାଙ୍କ ଜୀବନ ଦର୍ଶନ ସମ୍ପର୍କରେ ଏକ ଆଲୋଚନା ଚକ୍ର ଆୟୋଜନ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଉତ୍ସବକୁ ସ୍ୱାମୀ ରାମେଶ୍ୱର ନନ୍ଦ ଓ ବ୍ରହ୍ମଚାରିଣୀ ଦେବବତୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ