ଶାରଦା ସଙ୍ଗୀତ ଏକାଡ଼େମୀ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସଙ୍ଗୀତ ହେଉଛି ଜୀବନ ଯନ୍ତ୍ରଣାର ମହୋଷଧି । ଅଶାନ୍ତ ହୃଦୟକୁ ଶାନ୍ତ କରିବାର ଅମୋଘ ଅସ୍ତ୍ର ଆଉ ଜନ ଜାଗରଣର ମହାମନ୍ତ୍ର ବୋଲି ଓଡ଼ିଶାର ଖ୍ୟାତନାମା ନାଟ୍ୟକାର ଓ ବିଶିଷ୍ଟ ସାହିତ୍ୟିକ ଇଂ ଯାମିନୀ କାନ୍ତ ଦାସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାରଦା ସଙ୍ଗୀତ ଏକାଡ଼େମୀର ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ମତବ୍ୟକ୍ତ କରିଥିଲେ । ଏକାଡ଼େମୀର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ, ଚଲାପଥର ପ୍ରତିଷ୍ଠାତା ସମ୍ପାଦକ ହଳଧର ଧୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶାରଦା ସଙ୍ଗୀତ ଏକାଡ଼େମୀର ସମ୍ପାଦିକା ଚିରସ୍ମିତା ରଥ ଏକାଡ଼େମୀର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଗାଳ୍ପିକା ଡକ୍ଟର ସୁଚନା ପାଢ଼ୀ ବରିଷ୍ଠ ଗାଳ୍ପିକା, ପ୍ରାବନ୍ଧିକା, କବି ଡକ୍ଟର ବିଧୁପ୍ରଭା ରଥ, ସ୍ମୃତିଲିପିର ସମ୍ପାଦକ ଭୂବନ ମୋହନ ମହାନ୍ତି, ବରିଷ୍ଠ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ, ଗୀତିକାର, କଣ୍ଠଶିଳ୍ପୀ, ଗୁରୁ, ପ୍ରଦୀପ କୁମାର ନାୟକ, ବରିଷ୍ଠ ତବଲାବାଦକ ସଚ୍ଚିଦାନନ୍ଦ ବେହେରା, ଅନ୍ୟଦୃଷ୍ଟି ପତ୍ରିକାର ସମ୍ପାଦକ ସୋମନାଥ ବେହେରା ପ୍ରମୂଖ ଯୋଗଦେଇ କଳା ସଙ୍ଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଜନସାଧାରଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ସଙ୍ଗୀତଗୁରୁ ପ୍ରଦୀପ କୁମାର ନାୟକ ଓ ତବଲା ବାଦକ ସଚ୍ଚିଦାନନ୍ଦ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗୀତ ଶିଳ୍ପୀ ଗୁରୁ ପ୍ରଦୀପ କୁମାର ନାୟକ ଓ ଚିରସ୍ମିତା ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଙ୍ଗୀତ ସନ୍ଧ୍ୟାରେ ଡାକ୍ତର ସୁବ୍ରତ କୁମାର ଦାସ, ବିଷ୍ଣୁପ୍ରୀୟା ଦାସ, ଗୋପାଳ କୃଷ୍ଣ ବେହେରା, ନିତ୍ୟଶ୍ରୀ ବେହେରା, ଦେବାଶିଷ ନନ୍ଦ, ଐଶ୍ୱରୀଆ ନନ୍ଦ, ବିଷ୍ଣୁପ୍ରୀୟା ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ବେହେରା, ଆଇସ୍ମିତା ଗୌଡ଼, ସାଗର ମଲ୍ଲ, ଅଂଶୁମାନ ଗୌଡ଼, ମିଷ୍ଟର କାମା, ଅମିନ କୁମାର, ମିଷ୍ଟର ରାବଣା, ଟୁକୁବାବୁ ପ୍ରମୂଖ କଣ୍ଠଶିଳ୍ପୀ ଓ ଯନ୍ତ୍ର ସଙ୍ଗୀତ ଶିଳ୍ପୀମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ