ଶାରଦା ହେଲେ ଜଗତସିଂହପୁର ଜିଲ୍ଲା ବିଜେପି ପ୍ରଭାରୀ
ପାରାଦ୍ୱୀପ, (ପୀତବାସ ପ୍ରଧାନ) : ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶାରଦା ପ୍ରଧାନ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସାଂଗଠନିକ ଦକ୍ଷତା, ତ୍ୟାଗ, ନିଷ୍ଠାପର କାର୍ଯ୍ୟପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି । ନିଯୁକ୍ତ ପାଇବା ପରେ ନିଜ ନିର୍ବାଚନ କ୍ଷେତ୍ର ମାହାଙ୍ଗା ସମେତ ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ପାରାଦ୍ୱୀପ ବନ୍ଦର ପୂର୍ବତ୍ତନ ଟ୍ରଷ୍ଟି ପ୍ରତାପ ମିଶ୍ର ଓ ବରିଷ୍ଠ ବିଜେପି ନେତା ଅଜୟ ଦାଶ ପ୍ରଧାନଙ୍କ ନିଯୁକ୍ତିରେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହ ଜିଲ୍ଲାରେ ବିଜେପି ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରାଇ ଓଡିଶାରେ ଏକ ନୂତନ ପରିଚୟ ସୃଷ୍ଟି କରିବା ସହ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା ସୃଷ୍ଟି କରିବ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୂଚନା ଥାଉକି ମାହାଙ୍ଗା ଅଞ୍ଚଳରେ ଜଣେ ଦକ୍ଷ ସଂଗଠକ ସହ ଜଣେ ସୁସମାଜସେବୀ ହିସାବରେ ଅଞ୍ଚଳରେ ବେସ୍ ପରିଚିତ । ତାଙ୍କର ଉଦ୍ଦ୍ୟମ ଫଳରେ ଜଗତସିଂହପୁର ଜିଲ୍ଲାରେ ବିଜେପି ତାର କାୟା ବିସ୍ତାର କରିପାରିବ ବୋଲି ରାଜ୍ୟ ନେତୃତ୍ୱ ଉପଲବ୍ଧ କରି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତ କରିଥିବାର ଜଣାଯାଏ ।


