ଶାରଦୀୟ ଦୁର୍ଗାପୂଜାରେ ପୂଜାମଣ୍ଡପରେ ଭିଡ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ନାହିଁ ଆଉ କରୋନାର ପ୍ରଭାବ । ଉଠିଛି କଟକଣା । ୨ ବର୍ଷ ପରେ ଶାରଦୀୟ ଦୁର୍ଗାପୂଜା ପାଇଁ ଭଦ୍ରକ ଆରଡି ଅଞ୍ଚଳର ଆରଡି, ସୁନ୍ଦରପୁର,ବଡ ଓଳଗ ଓ ସାନ ଓଳଗ ହୋଇ ଉଠିଛି ଚଳଚଞ୍ଚଳ । ପୂଜା ମଣ୍ଡପରେ ନାହିଁ ନଥିବା ଭିଡ । ବଡ ଓଳଗରେ ମା’ଙ୍କୁ କଳସ ରୂପେ ପୂଜା କରାଯାଉଥିବା ବେଳେ ସାନ ଓଳଗରେ ମହଣ ଗଛକୁ ଦେବୀ ରୂପେ ପୂଜା କରାଯାଉଛି । ଆରଡି ଓ ସୁନ୍ଦରପୁରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ୍ ଆକର୍ଷଣୀୟ ହୋଇଛି । ସମସ୍ତ ପୂଜାମଣ୍ଡପରେ ଆଜି ମହାଷ୍ଟମୀ ପାଇଁ ଦିନତମାମ ଚଣ୍ଡୀପାଠ, ଘୃତାହୁତି, କୁଷ୍ମାଣ୍ଡ ବଳି ଆଦି ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ସମସ୍ତ ପୂଜାମଣ୍ଡପରେ ଯଥାରୀତି ମହାନବମୀ ପୂଜା ଅନୁଷ୍ଠିତ ହେବ । ବୁଧବାର ଦଶହରା ପର୍ବରେ ଓଳଗରେ ପାରମ୍ପରିକ ଖଣ୍ଡା ଓ ବାଡିଖେଳ ଯୁବକ ମାନଙ୍କ ଦ୍ବାରା ପରିବେଷଣ କରାଯିବ । ଏତଦବ୍ୟତିତ ଅପରାହ୍ଣରେ ଉଭୟ ଗାଆଁର କ୍ଷତ୍ରିୟ ଯୁବକ ମାନେ ବୀରବେଶରେ ନିଜକୁ ସଜାଇ ଅମୃତମଣୋହି ସ୍ଥିତ ଦଶହରା ପଡିଆକୁ ଯାଇ ନିଜ ବିରତ୍ବର ପରାକାଷ୍ଠା ପ୍ରତିପାଦନ କରିବେ । ୧୦୦ ମିଟର ଦୂରରେ ପୋତାଯାଇଥିବା କଦଳୀ ଗଛକୁ ତୀର ମାରିବେ । ଯେଉଁ ପକ୍ଷର ଜୟ ହେବ ସେହି ପକ୍ଷ ମା’ଙ୍କ ଭୂସଂପତ୍ତି ଉପରେ ୧ ବର୍ଷ ପାଇଁ ମାଲିକାନା ଜାହିର କରିବେ । ଦଶହରାରେ ମା’ଙ୍କୁ ବିଦାୟ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ