ଶାରଦୀୟ ଦୁର୍ଗା ପୂଜା ଓ ଲକ୍ଷ୍ମୀପୂଜା ପାଇଁ କୋଣାର୍କରେ ମାଟି ଅନୁକୂଳ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ମା ଦୁର୍ଗତୀନାସୀନ “ମା ଦୁର୍ଗା”ଙ୍କ ଶାରଦୀୟ ଦୁର୍ଗାପୂଜା ଓ ମା ଲକ୍ଷ୍ମୀ ଙ୍କ ପୂଜା ଆଉ ଅଳ୍ପ ଦିନ କୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ରେ ଚାଲିଥିଲା ବେଳେ ଗୁରୁବାର ଷଠି ଙ୍କ ଓଷା ଓ ଲଳିତା ସପ୍ତମୀ ତୀଥି କୁ ନେଇ କୋଣାର୍କ ନରସିହଂଦେବ ଦୁର୍ଗାପୂଜା କମିଟି ପକ୍ଷରୁ ମା ଦୁର୍ଗା ଙ୍କ ମୂର୍ଣ୍ଣୟ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ କାର୍ଯ୍ୟ ବିଧି ଅନୁଯାୟୀ ରୀତିନୀତି ଅନୁଯାୟୀ ଅପରାହ୍ନ ରେ ପୂଜକ ପ୍ରହଲ୍ଲାଦ ଦାସ ଙ୍କ ଦ୍ଵାରା ସମାପନ କରଯାଇଅଛି । ନରସିଂହ ଦେବ ଦୁର୍ଗା ପୂଜା କମିଟି ର ସଭାପତି ସୁଶାନ୍ତ କୁମାର ମହାନ୍ତି,ଉପସଭାପତି ପ୍ରମୋଦ ଛୋଟରାୟ ଓ ବରିଷ୍ଠ ଉପଦେଷ୍ଟା ତଥା କର୍ତ୍ତା ରାମକୃଷ୍ଣ ମହାନ୍ତି ,ସମ୍ପାଦକ ନଟବର ନାୟକ, ଯୁଗ୍ମ ସମ୍ପାଦକ ସୁବାଷ ବେଉରା ,କୋଷଧକ୍ଷ ବୀରବର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ବରିଷ୍ଠ ସଭ୍ୟ ମିଲନ ରାଉତ,ପ୍ରେମାନନ୍ଦ ରାଉତରାୟ ,ପୂର୍ବତନ ସଭାପତି ସୁବାସ ବେଉରା,ସୁବୋଧ ଖଟୁଆ , ସ୍ୱାଧୀନ ନାୟକ ,ମହେଶ୍ୱର ଦଳାଇ, ଚିତ୍ରସେନ ପାତ୍ର, ପ୍ରମୋଦ ଛୋଟରାୟ ସାଇପ୍ରେମ ବିଶ୍ୱାଳ,ତ୍ରିନାଥ ମଲ୍ଲିକ,ଲିଙ୍ଗରାଜ ସେଠି,ବାପିନି ବେଉରା,ଜିତେନ୍ଦ୍ର ବାରିକ,ଯୁଧିଷ୍ଠିର ନାୟକ, ପ୍ରମୁଖ କୋଣାର୍କ ର ଅଧିଷ୍ଠାତ୍ରୀ ମା ଭଗବତୀ ପୀଠ ଅଭିମୁଖେ ଘଣ୍ଟ,ଘଣ୍ଟା,କାହାଳୀ, ମୂର୍ଦ୍ଙ୍ଗଙ୍ଗ ବଜାଇ ଶୋଭାଯାତ୍ରାରେ ବାହାରି ମା ଭଗବତୀ ଙ୍କ ମନ୍ଦିରରେ ପହଁଚି ପୂଜାଅର୍ଚନା କରି ଆଜ୍ଞା ମାଳ ନେଇ ମାଟି ଅନୁକୂଳ ପାଇଁ ଚନ୍ଦ୍ରଭାଗ ତୀର୍ଥ ପୁଷ୍କରଣୀ ଅଭିମୁଖେ ଯାତ୍ରା କରି ତୀର୍ଥ ରୁ ମାଟି ଆଣି ମା ଦୁର୍ଗାଙ୍କ ମୂର୍ଣ୍ଣୟୀ ମୂର୍ତି ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ଅନରୁପ ଭାବେ “ମା ଲକ୍ଷ୍ମୀ ପୂଜାକମିଟି” କୋଣାର୍କ ପକ୍ଷରୁ ସଭାପତି-ସୁରେନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଗଣେଶ ପ୍ରସାଦ ଜେନା, ମନୋଜ ସେଠ, ରୁଦ୍ର ପ୍ରସାଦ ବେଉରା, ସ୍ୱାଧୀନ ନାୟକ, ସୁଶାନ୍ତ ଚିନରା, ମିନତୀ ସାହୁ, ପୂଜକ-ପପୁ ଭାଇନା, ଦିପୁ ଭାଇନା, ବାବୁ, ଚନ୍ଦ୍ରଶେଖର, ଶିବରାମ ରାୟ, ଅଭୟ, ସୁମନ୍ତ, ତିଲୋଚ ରଥ, ଗୌରାଙ୍ଗ ବିଶ୍ୱାଳ, ରବି ,ଦିଲିପ,ଚୈନ,ମହେଶ୍ବର ଖୁଣ୍ଟିଆ, ସନାତନ, ପ୍ରମୁଖ ରୀତି ନୀତି ଅନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷକରିଣୀରୁ ମାଟି ଅନୁକୂଳ କରି ଆଣିଥିଲେ।ଚଳିତ ବର୍ଷ ନରସିଂହ ଦେବ ପୂଜା କମିଟି ଓ ମା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମହାଆଡମ୍ବରରେ ପୂଜାର୍ଚ୍ଚନା ସହିତ ସାଜସଜ୍ଜା ଉଚ୍ଚକୋଟୀର ଭାବେ ବାହାର କାରୀଗର ଙ୍କ ମାଧ୍ୟମରେ ସୁସଜିତ କରାଯିବ ବୋଲି କମିଟି ର କର୍ମ କର୍ତ୍ତା ମାନେ କହିଛନ୍ତି।


