ଶାରଦୀୟ ନବରାତ୍ରି : କେଉଁ ତିଥିରେ କେଉଁ ପୂଜା
ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ନବରାତ୍ରି ଆରମ୍ଭ ହେଉଛି । ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଥାଏ । ନବରାତ୍ରିର ୯ଦିନ ଯାଏଁ ଚାଲୁଥିବା ଏହି ପର୍ବରେ ଦେବୀଙ୍କ ୯ଟି ଅଲଗା ଅଲଗା ରୂପର ପୂଜା କରାଯାଇଥାଏ । ମାଆଙ୍କର ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ଭଳି ୯ଟି ଅଲଗା ଅଲଗା ରୂପ ରହିଛି । ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରାଯାଇଥାଏ । ଏହି ନବରାତ୍ରିରେ ଲୋକେ ୯ଦିନ ଯାଏଁ ବ୍ରତ ରଖିଥାଆନ୍ତି । ଅଷ୍ଟମୀ ଏବଂ ନବମୀ ଦିନ କନ୍ୟାଙ୍କୁ ପୂଜା କରାଯାଇଥାଏ । ଆସନ୍ତୁ ଜାଣିବା ଶାରଦୀୟ ନବରାତ୍ରିର ସମସ୍ତ ତିଥି ବିଷୟରେ ।
ନବରାତ୍ରିର ମହତ୍ତ୍ୱ : ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ବର୍ଷରେ ୪ଥର ନବରାତ୍ରି ପଡ଼ିଥାଏ । ଚୈତ୍ର ଏବଂ ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦାଠୁ ନବମୀ ଯାଏଁ ପଡ଼ୁଥିବା ନବରାତ୍ରି ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ । ଏହା ବ୍ୟତୀତ ଆଷାଢ଼ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରି ପଡ଼ିଥାଏ । ତନ୍ତ୍ର ସାଧନା ପାଇଁ ଗୁପ୍ତ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଥାଏ । ଦେବୀ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ତାନ୍ତ୍ରିକ ତନ୍ତ୍ର ସାଧନା କରିଥାଆନ୍ତି । କିନ୍ତୁ ସିଦ୍ଧି ସାଧନା ପାଇଁ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଥାଏ । ନବରାତ୍ରିର ଦଶମ ଦିନ ଦଶହରା ପାଳନ କରାଯାଇଥାଏ ।
ନବରାତ୍ରିରେ ଶୁଭ କାର୍ଯ୍ୟ : ଶାରଦୀୟ ନବରାତ୍ରିରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଇପାରିବ । ନବରାତ୍ରିର ନବମ ଦିନ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ କୌଣସି ବିଶେଷ କାର୍ଯ୍ୟ ପାଇଁ ଶୁଭ ମୁହୂର୍ତ୍ତ ଦେଖିବାର ଆବଶ୍ୟକତା ନାହିଁ । ଏହି ଖାସ୍ ଦିନରେ ଲୋକେ ଗୃହ ପ୍ରବେଶ ଏବଂ ନୂଆ ଗାଡ଼ି କିଣିଥାଆନ୍ତି ।
ନବରାତ୍ରି କ୍ୟାଲେଣ୍ଡର :
ସେପ୍ଟେମ୍ବର ୨୯ : ପ୍ରଥମ ଦିନ – ଘଟ ସ୍ଥାପନ – ଶୈଳପୁତ୍ରୀ
ସେପ୍ଟେମ୍ବର ୩୦ : ଦ୍ୱିତୀୟ ଦିନ- ବ୍ରହ୍ମଚାରିଣୀ ପୂଜା
ଅକ୍ଟୋବର ୧ : ତୃତୀୟ ଦିନ – ଚନ୍ଦ୍ରଘଣ୍ଟା ପୂଜା
ଅକ୍ଟୋବର ୨ : ଚତୁର୍ଥ ଦିନ – କୁଷ୍ମଣ୍ଡା ପୂଜା
ଅକ୍ଟୋବର ୩ : ପଞ୍ଚମ ଦିନ- ସ୍କନ୍ଦମାତା ପୂଜା
ଅକ୍ଟୋବର ୪ : ଷଷ୍ଠ ଦିନ – କାତ୍ୟାୟନୀ ପୂଜା
ଅକ୍ଟୋବର ୫ : ସପ୍ତମ ଦିନ – କାଳରାତ୍ରି ପୂଜା
ଅକ୍ଟୋବର ୬ : ଅଷ୍ଟମ ଦିନ- ମହାଗୌରୀ ,ମହା ଅଷ୍ଟମୀ
ଅକ୍ଟୋବର ୭ : ନବମୀ ଦିନ- ନବରାତ୍ରି ପାରଣ
ଅକ୍ଟୋବର ୮ : ଦଶମୀ ଦିନ – ଦୁର୍ଗା ବିସର୍ଜନ- ବିଜୟା ଦଶମୀ