ଶାରଳା ପୀଠରେ ବିଜେଡିର ବିରାଟ ସଭା ସହ ଭର୍ଚ୍ୟୁଆଲ ରାଲି
ତିର୍ତ୍ତୋଲ,( ଅଭିଷେକ ତ୍ରିପାଠୀ ): ଉପନିର୍ବାଚନ ମାହୋଲରେ ତିର୍ତ୍ତୋଲ ତାତୁ ଥିଲା ବେଳେ ଆଜି ବିଜୁ ଜନତା ଦଳ ପକ୍ଷରୁ ତିର୍ତ୍ତୋଲ ଠାରେ ଛାତ୍ର ବିଜେଡି ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା |ଏଥିରେ ପ୍ରତି ପାଞ୍ଚାୟତରୁ ଛାତ୍ର ମାନେ ଏକଜୁଟ ହୋଇ ବିଜୟ ଶଙ୍କର ଦାସ କିଭଳି ଭାବରେ ଅଧିକରୁ ଅଧିକ ଭୋଟ ପାଇବେ ଓ ତାଙ୍କର ହାତ ମୁଠା କିଭଳି ଟାଣ ହେବ ସେନେଇ ଗୁରୁ ମନ୍ତ୍ର ଦେଇଥିବା ବେଳେ ଅନ୍ୟ ପକ୍ଷରେ ଶାରଳା ପୀଠରେ ଏକ ବିରାଟ ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜଗତସିଂହପୁର ଜିଲ୍ଲା ଉପସଭାପତି ବିଧାୟକ ପ୍ରଶାନ୍ତ ମୁଦୁଲି ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଓ ବ୍ଲକ ଅଧକ୍ଷା ସୁଜାତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ପ୍ରବୀର କୁମାର ରାୟ ଲିପାଲି ରାଉଳ, କନକପୁର ସରପଞ୍ଚ ନମିତା ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ ।


