ଶାଲଣିଆଁରେ ମାରଣା ଷଣ୍ଢ ଆତଙ୍କ, ଷଣ୍ଢ ଆକ୍ରମଣରେ ୪ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁରେ ଗତ ଦୁଇଦିନ ଧରି ଏକ ମାରଣା ଷଣ୍ଢ ଆତଙ୍କ ଖେଳାଇ ଦେଇଛି । ଗ୍ରାମର ଥୋରିଆ ପୋଖରୀ ନିକଟରେ ଷଣ୍ଢଟି ଥିବାବେଳେ ଳୋକମାନଙ୍କୁ ଦେଖି ମାରି ଗୋଡାଉଛି । ଏହି ଷଣ୍ଢ ଆକ୍ରମଣରେ ଆଜି ସକାଳେ ୪ଜଣ ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ଚନ୍ଦ୍ରମଣି ସା ଓ ତାଙ୍କ ପତ୍ନୀ ନିକଟସ୍ଥ ଜମିକିଆରୀକୁ ଯାଉଥିବାବେଳେ ମାରଣା ଷଣ୍ଢଟି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଉଭୟ ଆହତ ହୋଇଥିଲେ । ସେହିପରି ଗ୍ରାମର ଶ୍ୟାମ ସୁନ୍ଦର ବାରିକ ଓ ସୁବାସ ମହାକୁଡ ଷଣ୍ଢଟିକୁ ଘଉଡାଇବାକୁ ଯାଇଥିବାବେଳେ ଷଣ୍ଢଟି ସେମାନଙ୍କୁ ମଧ୍ୟ ଆକ୍ରମଣକରି ଆହତ କରିଥିଲା । ଚନ୍ଦ୍ରମଣିଙ୍କ ପତ୍ନୀଙ୍କର ଗୋଡ ଭାଙ୍ଗିଥିବା ଜଣାଯାଇଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ