ଶାଳଜଙ୍ଗା ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳଜଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଉତ୍ସବ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବାବୁରାମ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପିକା ମନଲୋଭା ପ୍ରଧାନ ଯୋଗ ଦେଇ ଶିଶୁର ସର୍ବାଙ୍ଗୀନ ଉନ୍ନତିରେ ମା’ମାନଙ୍କର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୭୦ଜଣ ମା ଓ ୩୦୦ରୁ ଉର୍ଦ୍ଧ୍ୱ ଶିଶୁ ଯୋଗ ଦେଇଥିଲେ । ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ବିଷ୍ଣୁଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗଙ୍ଗା ଗୁରୁଜୀ, ନାଥ ଗୁରୁଜୀ, ରଂଜନ ଗୁରୁଜୀ, ଲିଲି ଗୁରୁମା, ରାନୁ ଗୁରୁମା, ମୋନାଲିସା ଗୁରୁମା, ଲିଜା ଗୁରୁମା, ସ୍ୱାଗତିକା ଗୁରୁମାଙ୍କ ସମେତ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।