ଶାଳଜଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୫ତମ ବାର୍ଷିକ ଉତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳଜଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଜ୍ୟୋତିପ୍ରକାଶ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷିକେଶ ରଥ ପ୍ରମୁଖ ଯୋଗ ଦେଇ ଭଲ ମାଆ ହିଁ ନିଜ ପିଲାକୁ ଭଲ ମଣିଷ ଭାବେ ଗଢି ତୋଳିବେ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ଶିଖର ପଂଚାୟତ ସରପଂଚ କବିତା ନାୟକ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ମନୋଜ ସ୍ୱାଇଁ ମଂଚ ପରିଚାଳନା କରିବା ସହିତ ବେଳେ ସମିତିର ସଂପାଦକ ଶିବଚରଣ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବାବୁରାମ ବାରିକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୃରସ୍କୃତ ଓ ମାନପତ୍ର ପ୍ରଦାନ ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଗଙ୍ଗାଧର ନାୟକ, ନାଥ ବିଶ୍ୱାଳ, ଆଚାର୍ଯ୍ୟା ଲିଲିବାଳା ସେନାପତି, ପ୍ରତିମା ସାହୁ, ମୋନାଲିସା ଷଡଙ୍ଗୀ, ଲିଜାରାଣୀ ପୃଷ୍ଠିଙ୍କ ସହିତ ସମସ୍ତ ଗୁରୁଜୀ, ଗୁରୁମା ଓ ପୁରାତନ ଛାତ୍ର ବିରେନ୍ଦ୍ର କୁମାର ବିଶ୍ୱାଳ, ନରେଶ କୁମାର ବେହେରାଙ୍କ ସମେତ ପୁରାତନ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।