ଶାଳଣିଅରେ ଅଷ୍ଠମ ପ୍ରହର ନାମଯଜ୍ଞ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ସ୍ୱର୍ଗତ ଗୋବିନ୍ଦ ସାହୁଙ୍କ ୧୪ତମ ଶ୍ରାଦ୍ଧବାର୍ଷିକ ସୃତି ଉଦେ୍ଦଶ୍ୟରେ ତିନିଦିନ ବ୍ୟାପି ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନାମଯଜ୍ଞ ପାଇଁ ଅନନ୍ତ ସାହୁ, ବିଶ୍ୱଜିତ ସାହୁ, କାଳନ୍ଦୀ ସାହୁ, ସୁବାସ ସେନାପତି, ଟୁକୁ ଖଟୁଆ, ରବି ସାହୁ, ଅଭିମନୁ୍ୟ ଜେନାଙ୍କ ଦ୍ୱାରା ଘଟ୍ଟୋତ୍ତଳନ କରାଯାଇ ମଣ୍ଡଳୀରେ ସ୍ଥାପନ କରାଯିବାପରେ ଅହୋରାତ୍ର ନାମସଂଙ୍କିର୍ତ୍ତନ ଆରମ୍ଭ କରାଯାଇଥିଲା । ଏଥିରେ ଶାଳଣିଆଁ, ଡିମିରିଆ, ଜଳସରପୁର, ମୁକୁନ୍ଦପୁର, ଡଅଁର, ମରୁଆ, ମଙ୍ଗରାଜପୁର, ବ୍ରାହ୍ମଣୀକଳା, ଶାଳକଣିଆଁ ଆଦି ଗ୍ରାମର କିର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦେଇ ଅହୋରାତ୍ର ନାମ ସଙ୍କିର୍ତ୍ତନ କରିଥିଲେ । ରବିବାର ଦିନ ସଂଙ୍କର୍ତ୍ତନ ଦଳଙ୍କ ଦ୍ୱାରା ନଗର ପରିକ୍ରମା କରାଯିବା ପରେ ଦଧିଭାଣ୍ଡ ଭଙ୍ଗାଯାଇ ଉଦ୍ୟାପନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ