ଶାଳଣିଆଁରେ ଅଷ୍ଟମ ପ୍ରହର ନାମଯଜ୍ଞ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ସ୍ୱର୍ଗତ ଗୋବିନ୍ଦ ସାହୁଙ୍କ ୧୧ତମ ଶ୍ରାଦ୍ଧବାର୍ଷିକ ସୃତି ଉଦ୍ଦେଶ୍ୟରେ ୨ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନାମଯଜ୍ଞ ପାଇଁ ଗତ ଶୁକ୍ରବାର ରାତିରେ ଅନନ୍ତ ସାହୁ, ବିଶ୍ୱଜିତ ସାହୁ, କାଳନ୍ଦୀ ସାହୁ, ସୁବାସ ସେନାପତି, ଟୁକୁ ଖଟୁଆ, ରବି ସାହୁ, ଅଭିମନ୍ୟୁ ଜେନାଙ୍କ ଦ୍ୱାରା ଘଟ୍ଟୋତ୍ତଳନ କରାଯାଇ ମଣ୍ଡଳୀରେ ସ୍ଥାପନ କରାଯିବାପରେ ଅହୋରାତ୍ର ନାମସଂଙ୍କିର୍ତ୍ତନ ଆରମ୍ଭ କରାଯାଇଥିଲା । ଏଥିରେ ଶାଳଣିଆଁ, ଡିମିରିଆ, ଜଳସରପୁର, ମୁକୁନ୍ଦପୁର, ଡଅଁର, ମରୁଆ, ମଙ୍ଗରାଜପୁର, ବ୍ରାହ୍ମଣୀକଳା, ଶାଳକଣିଆଁ ଆଦି କିର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦେଇ ଅହୋରାତ୍ର ନାମ ସଙ୍କିର୍ତ୍ତନ କରିଥିଲେ । ଆଜି ସକାଳେ ଶାଳଣିଆଁ ଗ୍ରାମ, ବଜାରରେ ନଗର ପରିକ୍ରମା କରାଯିବା ପରେ ଦଧିଭାଣ୍ଡ ଭଙ୍ଗାଯାଇ ଉଦଯାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ