ଶାଳଣିଆଁରେ ଅଷ୍ଠମ ପ୍ରହର ନାମଯଜ୍ଞ

ହାଟଡ଼ିହି, : ଶାଳଣିଆଁ ବଜାରରେ ସ୍ୱର୍ଗତ ଗୋବିନ୍ଦ ସାହୁଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ସୃତି ଉଦ୍ଦେଶ୍ୟରେ ୧୩ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନାମଯଜ୍ଞ ପାଇଁ ୧୩ତାରିଖ ରାତିରେ ଅନନ୍ତ ସାହୁ, ବିଶ୍ୱଜିତ ସାହୁ, କାଳନ୍ଦୀ ସାହୁ, ସୁବାସ ସେନାପତି, ଟୁକୁ ଖଟୁଆ, ରବି ସାହୁ, ଅଭିମନ୍ୟୁ ଜେନାଙ୍କ ଦ୍ୱାରା ଘଟ୍ଟୋତ୍ତଳନ କରାଯାଇ ମଣ୍ଡଳୀରେ ସ୍ଥାପନ କରାଯିବାପରେ ଅହୋରାତ୍ର ନାମସଂଙ୍କିର୍ତ୍ତନ ଆରମ୍ଭ କରାଯାଇଥିଲା । ଏଥିରେ ବ୍ରାହ୍ମଣୀକଳା, ଶାଳଣିଆଁ, ଡିମିରିଆ, ଜଳସରପୁର, ମୁକୁନ୍ଦପୁର, ଡଅଁର, ମରୁଆ, ମଙ୍ଗରାଜପୁର, ଶାଳକଣିଆଁ ଆଦି କିର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦେଇ ଅହୋରାତ୍ର ନାମ ସଙ୍କିର୍ତ୍ତନ କରିଥିଲେ । ଆଜି ଅପରାହ୍ନରେ ଶାଳଣିଆଁ ଗ୍ରାମ ଓ ବଜାର ଆଦିରେ ନଗର ପରିକ୍ରମା କରାଯିବା ପରେ ଦଧିଭାଣ୍ଡ ଭଙ୍ଗାଯାଇ ଉଦଯାପନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ