ଶାଳଣିଆଁରେ “ଆଇ ଲଭ ଶାଳଣିଆଁ” ସେଲଫି ପଏଣ୍ଟର ଶିଳାନ୍ୟାଶ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଶାଳଣିଆଁ ଠାରେ ‘ଆଇ ଲଭ ଶାଳଣିଆଁ’ ସେଲଫି ପଏଣ୍ଟ ନିର୍ମାଣ ପାଇଁ ଶିଳାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଶିଳାନ୍ୟାଶ କରିଥିଲେ , ପଣ୍ଡିତ ଗଣେଶ୍ୱର ଦ୍ୱିବେଦୀ ଭୂମିପୂଜା କରିଥିଲେ । ଚିତ୍ତରଞ୍ଜନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବିରେନ୍ଦ୍ର କୁମାର ବିଶ୍ୱାଳ, ରବିନ୍ଦ୍ର କୁମାର ସାହୁ, ରଞ୍ଜନ ପହି, ପ୍ରତାପ ଦେଓ,ବ୍ରଜ କିଶୋର ଜେନା, ଯୁଦ୍ଧିଷ୍ଠିର ସାହୁ, ପ୍ରଦୀପ କୁମାର ଜେନା, ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ଗେଡମା ସରପଞ୍ଚ ଆନନ୍ଦ ଚରଣ ମହାନ୍ତି, ବିଜୁ ଯୁବଜନତା ଦଳର ଜିଲ୍ଲା ସମ୍ପାଦକ ତାରିଣୀ ପ୍ରସାଦ ସେନାପତି, ଛାତ୍ର ବିଜେଡିର ବ୍ଲକ ସଭାପତି ଗିରିଶ କୁମାର ସ୍ୱାଇଁ,ଶିଶିର କୁମାର ବେହେରା, ନୀଳକଣ୍ଠ ମହାକୁଡ, ରାଜୀବ ଶଙ୍ଖୁଆ, ପଦ୍ମନାଭ ନାୟକଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ