ଶାଳଣିଆଁରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ହଜାର ହଜାର ଲୋକଙ୍କ ଜନସମାଗମ
ହାଟଡ଼ିହି, : ହାଟଡିହି ବ୍ଲକ ଶାଳଣିଆଁ ମହାବୀର ପୂଜା କମିଟି ଓ ଲକ୍ଷ୍ମୀବଜାର ପୂଜା କମିଟି ପକ୍ଷରୁ ଦୁଇଗୋଟି ପୂଜା ମଣ୍ଡପରେ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି । ଏଥିପାଇଁ ପୂଜା ମଣ୍ଡପ ଗୁଡିକୁ ଆକର୍ଶଣୀୟ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ରବିବାର ରାତିରେ ଘଟ୍ଟନିମଜ୍ଜନ କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯିବାପରେ ପଣ୍ଡିତ ମାନଙ୍କ ଦ୍ୱାରା ବେଦମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପୂଜା ୭ଦିନ ଧରି ଚାଲିବାକୁ ଥିବାବେଳେ ଗତକାଲି ଠାରୁ ହଜାର ହଜାର ଧର୍ଶକଙ୍କ ସମାଗମ ହୋଇଛି । ଏଥିପାଇଁ ଅନେକ ଉଠାଦୋକାନୀ ସେମାନଙ୍କ ପସରା ମେଲେଇ ଦେଇଛନ୍ତି । ଶାଳଣିଆଁ ଲକ୍ଷ୍ମୀବଜାରରେ ପଣ୍ଡିତ ଅନନ୍ତ ଗୋପାଳ ପଣ୍ଡାଙ୍କ ଦ୍ୱାରା ପୁଜାର୍ଚ୍ଚନା ଚାଲିଥିବାବେଳେ ମାୟାଧର ରଣା, ରାଜ କିଶୋର ସ୍ୱାଇଁ, ମାନସ ବେହେରା, ପଙ୍କଜ ନାୟକ, ଅଙ୍ଗଦ ସାହୁ, ମହେଶ୍ୱର ସାହୁ, ସତ୍ୟ ବାରିକ ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ଅନାଥ ଚରଣ ନାୟକ, ପ୍ରତାପ ଦେଓ, ସୁବାସ ଚନ୍ଦ୍ର ପେଡା, କାଳନ୍ଦୀ ଚରଣ ସାହୁ, ବିରେନ୍ଦ୍ର କୁମାର ବିଶ୍ୱାଳଙ୍କ ସମେତ ପୂଜା କମିଟିର ସଦସ୍ୟମାନେ ପ୍ରମୁଖ ପୂଜା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ମହାବୀର ପୂଜାକମିଟି ପକ୍ଷରୁ ଅନୁଷ୍ଠିତ ପୂଜାକୁ ପଣ୍ଡିତ ଗଣେଶ୍ୱର ତ୍ରିପାଠୀ, କାର୍ତ୍ତିକେଶ୍ୱର ଦିବେଦୀ ପୂଜାର୍ଚ୍ଚନା କରୁଥିବାବେଳେ କିଶୋର ସିଂ, ଅନନ୍ତ କୁମାର ସାହୁ, ନିରାକାର କବି, ଜିତେନ୍ଦ୍ର ସାହୁ ପ୍ରମୁଖ କର୍ତ୍ତଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ଶରତ କୁମାର ଯାଦବ, ଚିତ୍ତବିଜୟ ପାଣିଗ୍ରାହୀ, ବିନୋଦ ବେହେରା, ଅଭିମନ୍ୟୁ କବି, ଦୀନବନ୍ଧୁ ପେଡା, ନୀଳକଣ୍ଠ ମହାକୁଡ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।