ଶାଳଣିଆଁରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଜଣେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବାରୁ ସେ ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଭିଯୋଗରୁ ଜଣାଯାିଛି ଯେ ଗ୍ରାମର ଗଦାଧର ପରିଡାଙ୍କ ପରିବାର ଓ ପର୍ଶୁରାମ ବାରିକଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା । ଗତକାଲି କୌଣସି କାରଣକୁ ନେଇ ଦୁଇ ପରିବାର ଭିତରେ ଝଗଡା ଲାଗିବା ସହିତ ସଂଘର୍ଷ ପର୍ଯ୍ୟନ୍ତ କଥା ଯାଇଥିଲା । ଗଦାଧର ଘରେ ନଥିବାବେଳେ ତାଙ୍କ ଘର ଭିତରେ ପସି ପଶୁରାମଙ୍କ ପରିବାର ଲୋକମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଗଦାଧରଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ମଧ୍ୟ ଆହତ ହୋଇଥିଲେ । ଗଦାଧରଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ପ୍ରବଳ ରକ୍ତଶ୍ରାବ ହେଉଥିଲା । ତାଙ୍କୁ ପ୍ରଥମେ ଶାଳଣିଆଁ ଓ ପରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗଦାଧରଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ପର୍ଶୁରାମଙ୍କ ପରିବାରର ଦୁଇଜଣ ଆହତ ହୋଇଥିବା ବେଳେ ସେମାନେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ