ଶାଳଣିଆଁରେ ମେଗା ଯୋଗ ପ୍ରଶିକ୍ଷଣ ଶିବିର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ଶାଳଣିଆଁ ଭାଟିଆଶୁଣି ପଡିଆରେ ସର୍ଭଫର ପିପୁଲ ପକ୍ଷରୁ ଏକ ମେଗା ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ଭ ଫର ପିପୁଲର ସଭାପତି ଚନ୍ଦ୍ରମୌଳି ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଯୋଗ ପ୍ରଶିକ୍ଷକ ବୃନ୍ଦାବନ ବେହେରା ଯୋଗଦେଇ ଯୁବକ ମାନଙ୍କୁ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରାଇବା ସହ ଶିର୍ଷାସନ, ଧନୁରାସନ, ଭୁଜଙ୍ଗାସନ, ସର୍ବାଙ୍ଗସନ ଆଦି ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଦୁଇଘଣ୍ଟା ଧରି ଚାଲିଥିବା ଏହି ମୁକ୍ତାକାଶ ଯୋଗ ଶିବିରରେ ଆଖପାଖ ଅଞ୍ଚଳର ଶତାଧିକ ଯୁବକ ଅଂଶ ଗ୍ରହଣ କରିଥିବାବେଳେ କିଶୋର ସିଂ, ପ୍ରିତିରଞ୍ଜନ ଦ୍ୱିବେଦୀ, ରଜତ ମହାକୁଡ, ଧନେଶ୍ୱର ବାରିକ, ଦିବ୍ୟରଞ୍ଜନ ଜେନା, ଜୟନ୍ତ ବାରିକ, ପ୍ରକାଶ ଘଡେଇ, ମଇନା ଜେନା, ଜୟନ୍ତ ବେହେରା, ଶେଷରଞ୍ଜନ ଜେନା, ପ୍ରଦୀପ ବେହେରା, ଆକାଶ ମୁଖୀ, ରାଜଲକ୍ଷ୍ମୀ ବେହେରା, ଭଗବନ ସେଠୀ, ଅଭିଏିପସା ବେହେରା, ସ୍ମିତ ରଞ୍ଜନ ଜେନା, ସୁଧାଶୁଂ ଶେଖର ବେହେରା, ବିପିନି କୁଅଁର, ହରମୋହନ ରାଉତ, ବାମଦେବ ବେହେରା, ପବିତ୍ର ମୋହନ ଜେନା, ମନୋଜ ଜେନା, ରଞ୍ଜିତ ଜେନା, ଦିବ୍ୟରଞ୍ଜନ ଜେନା, ଦିପକ ସାହୁ, ତ୍ରିନାଇ ବେହେରା, ପ୍ରକାଶ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ