ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ
ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ବଜାରରୁ ରବିବାର ରାତିରେ ଚୋରମାନେ ଦୁଇଟି ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ, ମାୟାଧର ସାହୁ ଶାଳଣିଆଁ ବଜାରରେ ଏକ ସାଇକେଲ ଦୋକାନ କରିବା ସହିତ ବାଇକ ଟାୟର, ଟିୟୁବ ଓ ମୋବିଲ ଆଦି ରଖି ବିକ୍ରୀ କରିଥାନ୍ତି ।ରବିବାର ରାତିରେ କେହି ଦୁର୍ବୁତ ତାଙ୍କ ଦୋକାନର କବାଟ ତାଲା ଭାଙ୍ଗି ଦୋକାନ ଭିତରେ ପସି ୫୫ଲିଟର ମୋବିଲ, ୬ଟି ବାଇକ ଟାୟାର, ୫୬ଟା ବାଇକ ଟିୟୁବ, ୨ଟି ଟ୍ରାକ୍ଟର ବ୍ୟାଟେରୀ, ଦୁଇଟି ବାଇକ ବ୍ୟାଟେରୀ ସମେତ ଅନେକ ସାମଗ୍ରୀ ଲୁଟି ନେଇଥିଲେ । ସେହିପରି ବଜାର ଶେଷ ମୁଣ୍ଡରେ ଥିବା ସଦାନନ୍ଦ ସାହୁଙ୍କ ଅଟୋପାର୍ଟସ ଦୋକାନ ଚାବି ଭାଙ୍ଗି ଚେନ, ଚେନସ୍ପୋକେଟ, ବ୍ରେଗସୋ, ମୋବିଲ, କେବୁଲ ଆଦି ଅନେକ ଅଟୋପାର୍ଟସ ଲୁଟି ନେଇଛନ୍ତି । ମୋବିଲ ପେଟି ଗୁଡିକ ବାହାରେ ପକାଇଥିବାରୁ ସେମାନେ କୌଣସି ଗାଡିରେ ଲଦି ଲୁଟ ସାମଗ୍ରୀ ନେଇଥିବା ଅନୁମାନ କରାଯାଉଛି । ଏନେଇ ଦୁଇ ଦୋକାନର ମାଲିକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ତଦନ୍ତ ଆରମ୍ଭ କରିଛି ।


