ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀକଲ୍ୟାଣ ସମିତି ବୈଠକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ସୁଶାନ୍ତ କୁମାର ବାରିକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ, ଡାକ୍ତର ରାଜେଶ କୁମାର ନାୟକ, ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ଜଳ ଓ ପରିମଳ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା,ଗେଡମା ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ପହି, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ଯୋଗେନ୍ଦ୍ର କୁମାର ବେହେରା, ରଙ୍ଗାଧର ମଲ୍ଲିକ, ରମାକାନ୍ତ ନାୟକ, ଦାମୋଦର ଘଡେଇ, ଅଙ୍ଗନବାଡି ସୁପରଭାଇଜର ପୁଷ୍ପାଞ୍ଜଳୀ ଜେନା ପ୍ରମୁଖ ଯୋଗଦେଇ ଡାକ୍ତରଖାନା ଗୁଡିକର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ହାଟଡିହି ବ୍ଲକର ପ୍ରାୟ ସମସ୍ତ ଡାକ୍ତରଖାନା ଗୁଡିକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇଥିବା ନେଇ ଆଲୋଚନା କରିଥିଲେ । ବ୍ଲକରେ ୨୨ଟି ଉପ-ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ମାତ୍ର ଗୋଟିଏ ଦୁଇଟି କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କୌଣସି କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ମାନେ ରହୁ ନଥିବାରୁ ଘର ଗୁଡିକରେ ସବୁବେଳେ ତାଲା ପଡୁଥିବାରୁ ରୋଗୀମାନେ ସାମାନ୍ୟତମ ସ୍ୱାସ୍ଥ୍ୟସେବା ପାଇପାରୁ ନଥିବାନେଇ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟକର୍ମୀମାନେ ନରହିବାରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଉପସ୍ୱାସ୍ଥ୍ୟକେନ୍ଦ୍ରର ଗୁଡିକ ନଷ୍ଟ ହେବାକୁ ବସିଲାଣି । ଘରେ କେହି ରହୁ ନଥିବାବେଳେ ସ୍ୱାସ୍ଥ୍ୟବିଭାଗ ତୁଛାଟାରେ ମାସିକ ବିଦ୍ୟୁତ ବିଲ୍ପାଇଁ ହଜାର ହଜାର ଟଙ୍କା ତଣ୍ଡ ଗଣୁଛି ବୋଲି ଆଲୋଚନା ହୋଇଥିଲା । ତେଣୁ କିପରି ସ୍ୱାସ୍ଥ୍ୟକର୍ମୀମାନେ ଉପକେନ୍ଦ୍ରରେ ରହି ସ୍ୱାସ୍ଥ୍ୟସେବା ଯୋଗାଇବେ ତାହା ଉପରେ ପ୍ରାଥମିକତା ଦେବାକୁ ନିଷ୍ପତି ହୋଇଥିଲା । ସେହିପରି ହଦଗଡ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଆଦିବାସୀ ଅଞ୍ଚଳର ଲୋକମାନେ ଓ ହଦଗଡ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାସ୍ତ୍ୟସେବାରୁ ବଞ୍ଚିତ ହେଉଥିବାରୁ ସେଠାରେ ଡାକ୍ତର ନିଯୁକ୍ତି କରାଯିବାକୁ ଆଲୋଚନା ହୋଇଥିଲା । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଜଣ ଡାକ୍ତର ଥିଲେବି ଜରୁରୀ କାଳୀନ ସେବାପାଇଁ କେହି ଡାକ୍ତର ରହୁନଥିବାରୁ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ରାତିରେ ଅନେକ ରୋଗୀ ଜରୁରୀ କାଳୀନ ଚିକିତ୍ସା ପାଇବାପାଇଁ ଧାଇଁ ଆସୁଥିବାବେଳେ ଡାକ୍ତର ନଥିବାରୁ ନିରାଶ ହୋଇ ଫେରୁଛନ୍ତି । ଯାହାଦ୍ୱାରାକି ସବୁବେଳେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସଭ୍ୟମାନେ ଅଭିଯୋଗ କରିଥିଲେ । ତେଣୁ ଏଠାରେ ୨୪ଘଣ୍ଟିଆ ରୋଗୀସେବା କିପରି କରାଯିବ ତାହା ଉପରେ ଆଲୋଚନା କରାଯାଇ ଡାକ୍ତରଖାନାର ସୁପରିଟେଣ୍ଡଣ୍ଟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଶାଳଣିଆଁ ଡାକ୍ତରଖାନାରେ ଆମ୍ବୁଲାନସ ସେବା ପ୍ରଚଳନ କରିବା ଉପରେ ଆଲୋଚନା ହେବାସହ ଡାକ୍ତରଖାନାର ଅସୁରକ୍ଷିତ ଗୃହ ଗୁଡିକୁ ଭାଙ୍ଗି ଦେବାକୁ ନିଷ୍ପତି ନିଆଯାଇଥିଲା । ଡାକ୍ତରଖାନା ପରିସରରେ ପାଣି ଜମିରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ କିପରି ସେଥିରେ ସୁଧାର ଆସିବ ଓ ଜବରଦଖଲ ରେ ଥିବା କ୍ୱାଟର ଗୁଡିକୁ ଖାଲି କରାଯାଇ ଯୋଗ୍ୟ କର୍ମଚାରୀ ମାନଙ୍କୁ ଦେବାପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ୨୦୧୯/୨୦ ଆର୍ôଥକବର୍ଷ ପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତି କରାଯାଇ ଗୃହିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ