ଶାଳଣିଆଁ ଡାକ୍ତରଖାନାରେ ଡାକ୍ତର ନରହିବାକୁ ନେଇ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ ) : ଶାଳଣିଆଁ ଡାକ୍ତରଖାନାରେ ଡାକ୍ତର ନରହିବାକୁ କେନ୍ଦ୍ର କରି ଆଜି ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଖାନା ଖୋଲା ଥିବାବେଳେ ଆଜି ରୋଗୀମାନେ ପହଞ୍ଚିବା ବେଳକୁ କେବଳ ଫାର୍ମାସିଷ୍ଟ ରୋଗୀଙ୍କ ଚିକିତ୍ସା କରିବା ସହ ଔଷଧ ଦେଉଥବବାରୁ େ;ରାଗୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନେକ ରୋଗୀ ଡାକ୍ତରଙ୍କୁ ରୋଗ ଦେଖାଇବାକୁ ଆସି ସକାଳ ୭ଟା ଠାରୁ ଦିନ ୧୦ଟା ପର୍ଯ୍ୟନ୍ତ ବସି ରହିବା ଓ ଡାକ୍ତର ନଆସିବାରୁ ରୋଗୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । କେବଳ ଆଜି ନୁହଁ ମାସରେ ଅନେକ ଦିନ ଏପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ରୋଗୀମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଘଣ୍ଟା ଘଣ୍ଟା ଡାକ୍ତରଙ୍କୁ ଅପେକ୍ଷା କରିବା ପରେ ଡାକ୍ତର ନଆସିବା ଜାଣି ବାଧ୍ୟ ହୋଇ ଭଦ୍ରକ କିମ୍ବା ଆନନ୍ଦପୁର ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଗତ ତିନିଦିନ ପୁର୍ବେ ନିରଞ୍ଜନ ମିଶ୍ର ନାମକ ଜଣେ ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇଁ ଯାଇ ନିରାଶରେ ଫେରିବା ପରେ ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଫାଇଭ-ଟି ସଚିବ ପ୍ରମୁଖଙ୍କୁ ଟୁଇଟ କରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମ୍ପର୍କରେ ଅବଗତ କରାଇଥଲେ । ଏହି ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରଟି ଉପରେ ହାଟଡିହି ବ୍ଲକର ୮ଟି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରୁତôବାବେଳେ ଭଦ୍ରକ ଜିଳ୍ଲାର ଦୁଇ ତିନୋଟି ପଞ୍ଚାୟତର ଲୋକମାନେ ମଧ୍ୟ ନିର୍ଭର କରିଥାନ୍ତି । କିନ୍ତୁ ପ୍ରଶାସନିକ ଉଦାସୀନତାରୁ ଏହି ଡାକ୍ତରଖାନାଟି ଏକ ରକମ ବନ୍ଦ ହେବାକୁ ବସିଛି । ଏଠାରେ ୧୦ଜଣ ଡାକ୍ତର ରହିବାକୁ ବିଧିବ୍ୟବସ୍ଥା ଥିବାବେଳେ ମାତ୍ର ଦୁଇଜଣ ଡାକ୍ତର ଥିବାରୁ ଏପରି ସମସ୍ୟା ହେଉଛି ବୋଲି ଇନଚାର୍ଜ ଡାକ୍ତର ପ୍ରଭାତ ନାୟକ କହିଛନ୍ତି । ସେ ଅଧିକାଶଂ ସମୟ ଅଫିସ କାର୍ଯ୍ୟରେ ବାହାରକୁ ଯାଉଥିବାରୁ ଜଣେ ମାତ୍ର ଡାକ୍ତର ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଅନ୍ୟଜଣେ ଡିଏମଏଫରେ ସୋସୋ ଡାକ୍ତରଖାନାରେ ନିଯୁକ୍ତ ଡାକ୍ତର ସପ୍ତାହକୁ ଦୁଇଦିନ ଆସୁଥିଲେବି ସେ ଦୁର୍ଘଟଣାରେ ପଡି ଛୁଟିରେ ଥିବାରୁ ଆଜି କେହି ଡାକ୍ତର ଆସି ନଥିବା ସେ କହିଛନ୍ତି । ଏଠାରେ ଆଉ ଦୁଇଜଣ ଡାକ୍ତର କାଗଜ କଲମରେ ନିଯୁକ୍ତି ପାଇଥିଲେବି ସେମାନେ ଭୁବନେଶ୍ୱର ଓ ବାଲେଶ୍ୱରରେ କାର୍ଯ୍ୟ କରୁଥିବା ଜଣାଯାଇଛି । ଯେଉଁଥିପାଇଁ କି ସରକାରୀ କାଗଜ କଲମରେ ଏଠାରେ ୪ଜଣ ଡାକ୍ତର ରହିଥିବା ସୁଚନା ଦିଆଯାଉଛି । ସେଥିପାଇଁ ସ୍ୱାସ୍ତ୍ୟ ବିଭାଗ ଡାକ୍ତର ନିଯୁକ୍ତିରେ ଟାଳ ଟୁଳ ନୀତି ଆପଣାଉଛି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଞ୍ଚଳବାସୀ, ନିର୍ବାଚିତ ଲୋକ ପ୍ରତିନିଧି ମାନେ ବାରମ୍ବାର ଭେଟି ଆଲୋଚନା କରୁଥିଲେବି କୌଣସି ସୁଫଳ ମିଳୁନାହିଁ । ଯେଉଁ ଦୁଇଜଣ ଡାକ୍ତର ଡେପୁଟେସନରେ ଅଛନ୍ତି ସେମାନଙ୍କୁ ଫେରାଇ ଅଣାଗଲେ ଡାକ୍ତରଖାନାର ସମସ୍ୟା ଅଧିକାଶଂରେ ସମାଧାନ ହୋଇ ଯାଆନ୍ତା ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।