ଶାଳଣିଆଁ ନୋଡାଲ ସ୍କୁଲରେ ଶିଶୁ ମହୋତ୍ସବ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରପଡା ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ନୋଡାଲ ସ୍କୁଲ ପରିସରରେ ଶାଳଣିଆଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାଳଣିଆଁ କ୍ଲଷ୍ଟର ଅଧିନସ୍ଥ ଶାଳଣିଆଁ, ବିଷ୍ଣୁପୁର, ବ୍ରାହ୍ମଣୀକଳା, ଏଲକଣିଆ, ହାବଳେଶ୍ୱର, ବଳଭଦ୍ରପୁର, ଜାବିନିପୁର, ଶାଳକଣିଆଁ, କନକମ୍ପା, ମଙ୍ଗରାଜପୁର, ଦାଶରଥିପୁର ପ୍ରଭୃତି ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ସିଆରସିସିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି ପ୍ରତିଯୋଗୀତାରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାଳଣିଆଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶ୍ରୀଧର ବେହେରା, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଯାପନି ଉତ୍ସବରେ ଏବିଇଓ ସୁରଥ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏକାଗ୍ରତା ହିଁ ଜୀବନକୁ ସଫଳତା ଆଣିଦିଏ ବୋଲି ମତବ୍ୟକ୍ତ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା, ରମେଶ ଚନ୍ଦ୍ର ନାୟକ, ଅଞ୍ଜନାରାଣୀ ବେହେରା, ବ୍ରଜ କିଶୋର ସ୍ୱାଇଁ, ଅନୁସୁୟା ପଣ୍ଡା, ନାରାୟଣ ମୁଖୀ, ରାକେଶ କୁମାର ସାହୁ, ରବିନ୍ଦ୍ର ଦାସ, ପ୍ରଦୀପ ନାୟକ, ସୁଦୀପ୍ତ ଜେନା ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।


