ଶାଳଣିଆଁ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା

ହାଟଡ଼ିହି, (ବିକାଶ ବିଶ୍ୱାଳ):ନବୋଦୟ ବିଦ୍ୟାଳୟ ପ୍ରବେଶ ପାଇଁ ଆଜି ହାଟଡ଼ିହି ଓ ଶାଳଣିଆଁ ହାଇସ୍କୁଲରେ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ବେଳେ ଶାଳଣିଆଁ ହାଇସ୍କୁଲରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ପରୀକ୍ଷା ସାଢ଼େ ଗୋଟାଏ ବେଳେ ଶେଷ ହେବା କଥା କିନ୍ତୁ ଗୋଟିଏ ହଲର ପରୀକ୍ଷା ନିରୀକ୍ଷକ ସମୟ ଜାଣିନପାରି ଗୋଟାଏ ବେଳେ ପରୀକ୍ଷାର୍ଥୀ ମାନଙ୍କ ଠାରୁ ଉତ୍ତର ଖାତା ସଂଗ୍ରହ କରିନେଇଥିଲେ। ଯାହା ଫଳରେ ଏହି ହଲରେ ପରୀକ୍ଷା ଦେଉଥିବା ୨୨ଜଣ ପରୀକ୍ଷାର୍ଥି ଅନେକ ଗୁରୁତ୍ୱପୂର୍ଣ ବିଷୟରେ ପ୍ରଶ୍ନୋତ୍ତର ଲେଖିନପାରି ନଥିବାରୁ ଅସନ୍ତୁଷ୍ଟ ହୋଇଥିଲେ। ଏନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ନବୋଦୟ କର୍ତ୍ତୁପକ୍ଷ ଓ ବ୍ଲକ ଶିକ୍ଷାଧିକାରୀ ଏହାର ତଦନ୍ତ କରି ସମ୍ପୃକ୍ତ ପରୀକ୍ଷା ନିରୀକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ନେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ