ଶାଳଣିଆଁ ବଜାରରୁ ଚୋରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ବଜାରରୁ ଗତକାଲି ରାତିରେ ପୁଣି ଗୋଟିଏ ଦୋକାନ ଚୋରୀ ହୋଇଥିବା ଜଣାଯାଇଛି । ବଜାରରେ ଥିବା ମା ତାରିଣୀ ଭେରାଇଟ ଷ୍ଟୋରର ଆଜବେଷ୍ଟସ ଟେକି କେହୁ ଦୁର୍ବୁତ ଦୋକାନ ଭିତରେ ପସି ପାଖାପାଖି ନଗଦ ୨୦ହଜାର ଟଙ୍କା ସମେତ ବିଭିନ୍ନ ଷ୍ଟେସନାରୀ ସାମଗ୍ରୀ ଚୋରି କରିନେଇଛି । ଆଜି ଦୋକାନ ମାଲିକ ଦୋକାନ ଖୋଲିବାପରେ ଏହା ଜାଣିବାକୁ ପାଇଥିଲେ । ସେମାନେ ପୁର୍ବରୁ ଏପରି ଚୋରୀ କରୁଥିବା ବିଷ୍ଣୁପୁର ଗ୍ରାମର ଜଣେ ନାବାଳକକୁ ସନେ୍ଦହ କରି ତାକୁଆଣି ଅଟକ ରଖି ପଚରା ଉଚୁରା କରିବା ସହ ତାକୁ ମାଡ ମାରିଥିଲେ । ଏପରିକି ଏହି ନା ବାଳକକୁ ଦୀର୍ଘ ସମୟ ଅଟକ ରଖିବାରୁ କେହି ଚାଇଲଡ ଲାଇନକୁ ଖବର ଦେଇଥିଲେ । ଖବରପାଇ ଚାଇଲଡ ଲାଇନ କର୍ତ୍ତୁପକ୍ଷ ପୁଲିସ ସହଯୋଗରେ ଯାଇ ଉକ୍ତ ନାଁ ବାଳକକୁ ଉଦ୍ଧାର କରିବା ସହିତ ଦୋକାନ ମାଲିକଙ୍କୁ ମଧ୍ୟ ଥାନାକୁ ଆଣି ପଚରା ଉଚୁରା କରୁଛନ୍ତି । ଗତ କିଛିଦିନ ମଧ୍ୟରେ ସମଗ୍ର ଆନନ୍ଦପୁର ଉପଖଣ୍ଡରେ ଚୋରୀର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପୁଲିସ ପକ୍ଷରୁ ଛକ ବଜାର ମାନଙ୍କରେ ଉପଯୁକ୍ତ ପେଟ୍ରୋଲିଂ ହେଉ ନଥିବାରୁ ଏପରି ହେଉଛି ବୋଲି ଅଭିଯୋଗ ହେଉଛି । ପୁଲିସ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ