ଶାଳଣିଆଁ ବଜାରରେ ଶାନ୍ତି ଶୃଙ୍ଖଳା ପାଇଁ ବସିଲା ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ପୁଲିସ ପ୍ରଶାସନ ଓ ବ୍ୟବସାୟୀଙ୍କ ମିଳିତ ବୈଠକ ପରେ ବଜାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ ସେନେଇ ଆଲୋଚନା ହୋଇଛି । ବିଶେଷକରି କିଛି ମଦ୍ୟପ ନିୟମିତ ମଦ୍ୟପାନ କରି ବଜାରରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସେମାନଙ୍କୁ ସାବାଡ କରି ବଜାରରେ ପୁର୍ବର ଶାନ୍ତି ବଜାୟ ରଖିବାରେ ସମସ୍ତେ ସହଯୋଗ କରିବା ଠ ଏକଯୁଟ ହୋଇ ରହିବାକୁ ନିଷ୍ପତି ନେଇଛନ୍ତି । ଏହି ବୈଠକରେ ବଜାର କମିଟିର ସଭାପତି ଯୋଗେନ୍ଦ୍ର ବେହେରା, ସମ୍ପାଦକ ଅନାଥ ନାୟକ, କୋଷାଧ୍ୟକ୍ଷ କାଳନ୍ଦି ଚରଣ ସାହୁ, ଅଶୋକ କୁମାର ବେହେରା, ରବିନ୍ଦ୍ର କୁମାର ଜେନା, ପଙ୍କଜ ନାୟକ, ବିଦ୍ୟାଧର ବେହେରା, ବ୍ରହ୍ମାନନ୍ଦ ଜେନା, ମାୟାଧର ରଣା, ସୁରେନ୍ଦ୍ର ବେହେରାଙ୍କ ସମେତ ସମସ୍ତ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ ।