ଶାଳଣିଆଁ ସର୍ଟଡାଉନ କଟକଣାକୁ ମାନୁ ନାହାନ୍ତି ଲୋକେ

ହାଟଡିହି, (ଓ୍ବାଇଏନ୍ଏସ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମରୁ ୬ଜଣ କରୋନା ପଜେଟିଭ ଚିହ୍ନଟ ହେବାପରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୋଲପଟା ଗ୍ରାମ ସହିତ ଶାଳଣିଆଁ ମାର୍କେଟକୁ ସର୍ଟଡାଉନ ଘୋଷଣା କରିଥିଲେ । ଏହାର ଅବଧି ଗତକାଲି ରାତି ସୁଧା ଥିଲା । କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆନନ୍ଦପୁର ଉପଜିଲ୍ଲାପାଳ ଏହାର ଅବଧିକୁ ପୁନର୍ବାର ବୃଦ୍ଧି କରିଛନ୍ତି । କିନ୍ତୁ ଏହି କଟକଣାକୁ ଲୋକମାନେ ମାନୁ ନଥିବା ଦେଖିବାକୁ ମିଳିଛି । ଆଜି ସକାଳେ କିଛି ଅମାନିଆ ଖୁଲାମଖୁଲା ବଜାରରେ ବୁଲୁଥିବାବେଳେ କିଛି ଜଳଖିଆ ଦୋକନ, ପାନ ଦୋକାନ, ଷ୍ଟେସନାରୀ ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା । ସେମାନେ ପ୍ରଶାସନର ସର୍ଟଡାଉନ ନିଷ୍ପତି ସମ୍ପର୍କରେ କିଛି ଜାଣି ନଥିବା କହି ଦୋକାନପତ୍ର ଖୋଲିଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ କୌଣସି ସୁଚନା ଦିଆଯାଇ ନାହିଁ, ଯତଦ୍ୱାରାକି ଲୋକମାନେ କଟକଣା ସମ୍ପର୍କରେ କିଛି ଜାଣିପାରୁ ନାହାନ୍ତି ବୋଲି କହିଛନ୍ତି । ସଂକ୍ରମିତ ମାନେ ଏହି ବଜାରରେ ଅନେକ ଲୋକଙ୍କ ସହିତ ମିଳାମିଶା କରିଥିବାରୁ ନୁତନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହିତ ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ