ଶାଳଣିଆ ବଳିପୁର ରାସ୍ତା ଶୋଚନୀୟ, ଭଗବାନ ଙ୍କ ଭରଷାରେ ଲୋକେ
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ଜଳ ସମ୍ପଦ ବିଭାଗ ମାଧ୍ଯମରେ ବିଭିନ୍ନ ବନ୍ଧବାଡ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ସଲସୁତୁରା ଯୋଗୁ କାର୍ଯ୍ୟ ଗୁଡିକ ଅତି ନିମ୍ନ ମାନର ହେଉଥିବାରୁ ଅନୁଦାନ ଟଙ୍କାତକ ପାଣିରେ ପଡିବା ସାର୍ ହେଇଛି। ଶାଳଣିଆ ଠାରୁ ବଳିପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ତାହାର ଜ୍ୱଳନ୍ତ ଉଦାହରଣ। ୨୦୧୯ ରେ କୋଟି କୋଟି ଟଙ୍କା ବ୍ୟୟ ରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଦିନ କେଇଟାରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇ ରାସ୍ତାଟି ବିପର୍ଯ୍ୟସ୍ତ ହୋଇ ପଡିଲା। ଏହି ରାସ୍ତା ଉପରେ ୧୦ଟି ପଞ୍ଚାୟତ ର ଲୋକମାନେ ନିର୍ଭର କରୁଥିବା ବେଳେ ଏହା ମୁଖ୍ୟତଃ କେନ୍ଦୁଝର ଜିଲ୍ଲା ସହିତ ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା। ଏ ଅଞ୍ଚଳର ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନିକଟସ୍ଥ ନାହାମି କଲେଜକୁ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। କିନ୍ତୁ ବର୍ଷାଦିନେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ୁଥିବାରୁ ଛାତ୍ରଛାତ୍ରୀ ମାନେ ନାନା ଅସୁବିଧା ଭୋଗୁଛନ୍ତି। ଏପରିକି ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ରାସ୍ତାରେ ପଡି ଆହତ ହେବା ସହିତ ବିଳମ୍ବରେ କଲେଜରେ ପହଞ୍ଚୁଥିବାରୁ କ୍ଲାସ କରି ପାରୁ ନାହାଁନ୍ତି। ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ୪ଚକିଆ ଯାନ ତ ଦୂରର କଥା ବାଇକ କିମ୍ବା ସାଇକେଲ ଟିଏ ନେଇ ଯିବା କଷ୍ଟକର ହୋଇ ପଡୁଛି। ଅମୁଲାନ୍ସ ଯାଇ ପାରୁ ନଥିବାରୁ ଅନେକ ରୋଗୀଙ୍କୁ ଖଟିଆ ରେ ବୁହା ହୋଇ ଆଣିବାକୁ ପଡୁଛି। ଗେଡ଼ମା, ଶାଳଣିଆ, ଡ଼ଅଁର, ଇଞ୍ଚୋଳ, ସଡଙ୍ଗ, ଆଇତିପୁର ଆଦି ପଞ୍ଚାୟତର ହଜାର ହଜାର ଲୋକ ଏପରି ଶୋଚନୀୟ ରାସ୍ତାରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ବିଶେଷ କରି e ଅଞ୍ଚଳର ଲୋକମାନେ ଶାଳନିଆ ମେଡିକାଲ ଉପରେ ନିର୍ଭର କରୁଥିବା ବେଳେ ରାସ୍ତାର ଏପରି ଶୋଚନୀୟ ଅଵସ୍ଥା ଯୋଗୁଁ ମେଡ଼ିକାଲ ଆସିବାକୁ ଭୟ କରୁଛନ୍ତି। ବର୍ତ୍ତମାନ ସମୟରେ ବାଲିଗାଡ଼ି ଯିବା ଆସିବା କରିବା ଦ୍ଵାରା ରାସ୍ତାର ଶୋଚନୀୟ ଅଵସ୍ଥା ଦ୍ୱିଗୁଣିତ ହୋଇ ଯାଇଛି। ଲଘୁଚାପ ବର୍ଷା ହେବା ଫଳରେ ରାସ୍ତାରେ ଥିବା ଖାଲଖମା ଗୁଡିକ ପାଣିରେ ବୁଡିଯାଇ ଥିବାରୁ ଅନେକ ଦୁର୍ଘଟଣା ଘଟୁଛି। ଏଣୁ ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ସରକାର ପଦକ୍ଷେପ ନେବାକୁ ବିରେନ୍ଦ୍ର କୁମାର ବିଶ୍ବାଳ, ବିପିନି କୁଅଁର, ଦେବାଶିଷ ବେହେରା, ସୁଶାନ୍ତ ବେହେରା, ଉମାକାନ୍ତ ନାୟକ, ତପନ ସିଂ, ଅକ୍ଷୟ କୁମାର ପାତ୍ର, ଜିତେନ୍ଦ୍ର ସେଠୀ, ଦେବଲଷ୍ମୀ ବେହେରା, ରସ୍ମିତା ବାରିକ, ମାନସ ବେହେରା, ବାସୁଦେଵ ବେହେରା, ନାରାୟଣ ମହାକୁଡ଼, ମନୋଜ ପାଗଳ, ଦେବବ୍ରତ ଜେନା ପ୍ରମୁଖ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି।