ଶାଳନିଆଁରେ ବେଆଇନ ଚାନ୍ଦା ଆଦାୟକୁ ନେଇ ରାସ୍ତା ରୋକ୍

ହାଟଡିହି, (ବିକାଶ ବିଶ୍ୱାଳ):ଶାଳନିଆଁରେ ବେଆଇନ ଭାବେ ଚାନ୍ଦା ଆଦାୟକୁ ନେଇ ଉତ୍ତେଜନା ଦେଖାଦେବା ସହ ଚାନ୍ଦା ବନ୍ଦ ଦାବିରେ ଲୋକମାନେ ରାସ୍ତା ରୋକ୍ କରିଛନ୍ତି। ସୂଚନାରୁ ଜଣାଯାଇଛି କି ଶାଳନିଆଁ ର ବିଭିନ୍ନ ଛକରେ ବେଆଇନ ଭାବେ ଚାନ୍ଦା ଆଦାୟ ହେଉଛି। ବର୍ତ୍ତମାନ ବିଭିନ୍ନ ବାଲି ଘାଟରୁ ବାଲି ପରିବହନ ଆରମ୍ଭ ହୋଇ ଯାଇ ଥିବାରୁ ଚାନ୍ଦା ଆଦାୟ କାରୀଙ୍କ ଦୌରତ୍ମ୍ୟ ବୃଦ୍ଧି ପାଇଛି। ଏହା ଦ୍ବାରା ଅନେକ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ଏହାକୁ ନେଇ ଆଜି ସନ୍ଧ୍ୟାରେ କିଛି ବ୍ୟକ୍ତି ଚାନ୍ଦା ଆଦାୟ ବନ୍ଦ କରିବା ଦାବିରେ ଓରାଳି ଶାଳନିଆଁ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ୫୦ରୁ ଉର୍ଦ୍ଧ୍ବ ଗାଡ଼ି ଅଟକି ରହିବା ସହ ଯାତାୟାତ ରେ ବାଧା ଉପୁଜିଥିଲା। ଖବର ପାଇ ନନ୍ଦିପଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ରୋକ୍ କରିଥିବା ଲୋକଙ୍କ ସହ ଆଲୋଚନା ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ