ଶାଳବଣୀରେ ବାଦୀପାଲା ଅନୁଷ୍ଠିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳବଣୀ ଠାରେ ଥିବା ରାଧାଗୋବିନ୍ଦ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ତିନିଦିନ ଧରି ବାଦିପାଲା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି, ସାଗରୀକା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାଦୀପାଲାରେ ଓଡିଶାର ସୁନାମଧନ୍ୟ ଗାୟକ ଜ୍ଞାନ ବାରିଧି ଭାସ୍କର ଚନ୍ଦ୍ର ସାହୁ ଓ ଗାୟକ ଦତ୍ତ କୃଷ୍ଣ ପଣ୍ଡା ପାଲା ପରିବେଷଣ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ଓଡିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର, ପରିବେଷକୁ ସୁସ୍ଥ ରଖିବା, ଅସ୍ତମିତ ପାଳାକଳାର ବିକାଶ ଓ ଗ୍ରାମାଞ୍ଚଳରେ ଏହାର ଆଦରଣୀୟତା ବୃଦ୍ଧି କରିବା ଇତ୍ୟାଦି ଉପରେ ଗାୟକମାନେ ପାଲା ପରିବେଷଣ କରିଥିଲେ । ଏହି ପାଲାକୁ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ