ଶାଳବଣ ଏସ୍ ବି ଆଇ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ଅଭିଯୋଗ
କୋଦଳା, (ଗୁଲସନ କୁମାର କର):ଗ୍ରାହକ ସେବା କେନ୍ଦ୍ରରୁ ଲୁଟିନେଲେ ଦୁବୃର୍ତ୍ତ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ର ଶାଳବଣ ବରଗଛ ଛକ ନିକଟରେ ଥିବା ଏସ୍ ବି ଆଇ ଗ୍ରାହକ ସେବା କେନ୍ଦ୍ର ରୁ ରବିବାର ମଧ୍ୟରାତ୍ରରେ ଚୋରି ହୋଇଥିବା ନେଇ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି । ଶାଳବଣ ଗ୍ରାମର ନିରଞ୍ଜନ ସ୍ୱାଇଁ ଙ୍କ ପୁଅ ଚନ୍ଦନ କୁମାର ସ୍ୱାଇଁ ମାର୍କେଟ କମ୍ପ୍ଲେକ୍ସ ର ଗୋଟିଏ ଘର ଭଡା ସୂତ୍ରରେ ନେଇ ଗ୍ରାହକ ସେବା କେନ୍ଦ୍ର କରିଥିଲେ । ରବିବାର ସେବା କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ । ରାତିରେ କେହି ଅଜଣା ଦୁବୃତ୍ତ ଉକ୍ତ ଘର କବାଟ ଭାଙ୍ଗି କ୍ୟାସ ଡ୍ର ରେ ଥିବା ଲକ୍ଷାଧିକ ଟଙ୍କା, ଏ ଟି ଏମ କାର୍ଡ ଓ ଅନ୍ୟାନ୍ୟ ଜିନିଷ ଲୁଟ୍ କରି ପଛ ପଟ କବାଟ ଭାଙ୍ଗି ପଳାଇ ଥିବା ନେଇ ଚନ୍ଦନ ବେଗୁନିଆପଡା ଫାଣ୍ଡିରେ ସୋମବାର ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବେଗୁନିଆପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ତେବେ ଏହି ଦୃବର୍ତ୍ତ ମାନେ କେବେ ଧରା ପଡୁଛନ୍ତି ତାହା ଦେଖବାକୁ ବାକି ରହିଲା।


