ଶାଳବଣ ସାହିତ୍ୟ ସଂସଦ ତରଫରୁ ଉପେନ୍ଦ୍ର ଭଂଜ ଜୟନ୍ତି ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କବି ସମ୍ରାଟ ଉପେନ୍ଦ୍ର ଭଂଜ ଜୟନ୍ତି ଶାଳବଣ ସାହିତ୍ୟ ସଂସଦର ଆୟୋଜନରେ ସଂସଦର ସଭାପତି ମଧୁସୁଦନ ମହାପାତ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ବନବାସୀ ସେବା ସମିତି ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଥିବା ବେଳେ ମୁଖ୍ୟ ବକ୍ତାଭାବେ ପ୍ରଦୀପ ପଟ୍ଟନାୟକ ଯୋଗଦେଇ ଉପେନ୍ଦ୍ର ଭଂଜଙ୍କ ସାହିତ୍ୟର ଅବଦାନ ଉପରେ ଆଲୋଚନା କରିଥିଲେ । ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ଆଇନଜୀବି କୌଶିକ ସାହୁ,ସଂସଦର ସମ୍ପାଦକ ରବୀନ୍ଦ୍ର ନାଥ ରଥ,କୁରେଇର ମୁଖ୍ୟ ସଂପାଦକ ଡ ବିଭୁତି ଭୁଷଣ ଆଚାର୍ଯ୍ୟ,ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଂଜନ ଶତପଥୀ,ଡ ବିଶେଶ୍ୱର ଆଚାର୍ଯ୍ୟ ,କୈଳାଶ ଚନ୍ଦ୍ର ବେହେରା.ପ୍ରହଲ୍ଲାଦ ପ୍ରସାଦ ଲେଙ୍କା.ସସ୍ମିତା ପଣ୍ଡା,ଦୀପ୍ତିମୟୀ ରଥ,ପ୍ରଦୀପ କହଁର,ସତ୍ୟ ନାରାୟଣ ତ୍ରୀପାଠୀ, ଭଗବତୀ ପ୍ରସାଦ ସାବତ,ଦେବରାଜ କୈବର୍ତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଭଂଜ ସଙ୍ଗିତ ଓ ସାହିତ୍ୟ ଆଲୋଚନାରଏକ ନିଆରା ଯୁଗଳବନ୍ଦୀ ରଜ ଅବସରରେ ବେଶ ଉପଭୋଗ୍ୟ ହୋଇଥିଲା ।