ଶାଳିଜଙ୍ଗା ମହିମା ଆଶ୍ରମରେ ଚତୁର୍ଦ୍ଦଶୀ ମେଳା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମରେ ଶୁକ୍ରବାର ମାଘ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିମା ଆଶ୍ରମର ବାବା ଗଦାଧର ଦାସ ଅଖଣ୍ଡ ଝାଡ ଦୀପ ଲଗାଇଥିଲେ । ଘଂଟଘଂଟା,ଶଙ୍ଖ,ହୁଳହୁଳି ସମେତ ମହିମା ଅଲେଖ ଡାକରେ ଆଶ୍ରମ ପରିସର ପ୍ରକମ୍ପିତ ହୋଇ ଉଠୁଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ପ୍ରାତଃ ସମୟରୁ ଉକ୍ତ ପୀଠକୁ ଆସିବାର ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ଧୁନି ରେ ପକାଇବା ପାଇଁ ଘିଅ,ନଡିଆ,କଦଳି ସମେତ ପ୍ରସାଦ ତିଆରି ପାଇଁ ପରିବା,ପତ୍ର ଆଣି ଆସିଥିଲେ । ଆଶ୍ରମ ପରିସରରେ ଥିବା ଶୂନ୍ୟ ମନ୍ଦିର ତଥା ଅନ୍ୟାନ୍ୟ ମନ୍ଦିର ଗୁଡିକ ରଙ୍ଗ ବେରଙ୍ଗର ଫୁଲରେ ସଜ୍ଜା ଯାଇଥିଲା । ପାଗ ଅନୁକୂଳ ନଥିଲେ ମଧ୍ୟ ସଂଧ୍ୟା ସମୟରେ ଶତାଧିକ ଶ୍ରଦ୍ଧାଳୁ ଏହି ପୀଠରେ ସମାଗାମ ହୋଇଥିଲେ । ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଦିନ ତମାମ ମହିମା ଧର୍ମାବଲମ୍ବୀ ମାନଙ୍କ ଦ୍ୱାରା ନାମ ସଂକୀର୍ତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ