ଶାଳ କାଠ ଜବତ,ତିନି ଗିରଫ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ନିକଟରୁ ଏକ ଡାଲା ଅଟୋରେ ଚୋରା ଚାଲାଣ ହେଉଥିବା ଶାଳ କାଠକୁ ଜଵତ କରିବା ସହ ତିନି ଜଣଙ୍କୁ ଗିରଫକରାଯାଇଥିବା ଜଣାପଡିଛି । ମିଳିଥିବାସୂଚନା ଅନୁସାରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଗତ କାଲି ମଧ୍ୟ ରାତିରେ ୱାରେଣ୍ଟ ଧରିବା ପାଇଁ ସୁତୁମୁସର ରାସ୍ତାରେ ଯାଉଥିବା ବେଳେ ସନ୍ଦେହ ଜନକ ଭାବେ ଏକ ଅଟୋ ବେଲଗୁଣ୍ଠା ଅଭିମୁଖେ ଯାଉଥିବା ଦେଖିଥିଲେ । ସନ୍ଦେହ ହେବାରୁ ଅଟୋ କୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ମୁଲ୍ୟବାନ ଶାଳ କାଠ ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କାଠ ଭର୍ତ୍ତି ଅଟୋ ଡ୍ରାଇଭର ଓ ଦୁଇଜଣଙ୍କୁ ବେଲଗୁଣ୍ଠା ଫାଣ୍ଡି କୁ ଆଣି ଅଟକ ରଖିଥିଲେ । ପଚରାଉଚୁରା ପରେ ସେହି କାଠ ଚୋରାରେ ଲେମ୍ଭେଇରୁ ବେଲଗୁଣ୍ଠା ଆସୁଥିବା ଜାଣିବାକୁ ପାଇଥିଲେ ଏବଂ ଭଞ୍ଜନଗର ବନବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ ଅଧିକାରୀ ଆସି ଅଟୋ ସହ କାଠ ଜବତ କରି ଓ ତିନି ଜଣଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ ଟାଙ୍ଗଣା ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓ ବାବୁଲା ପ୍ରଧାନ ଏବଂ ରାଇପଲୀ ଗ୍ରାମର ସତ୍ୟ ନାରାୟଣ ବିଷୋୟୀ । ଜବତ କାଠର ମୁଲ୍ୟ ଆନୁମାନିକ ୪୦୦୦୦ ଟଙ୍କା ହେବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ