ଶାସକ ଦଳର ପ୍ରବଞ୍ଚନାର ଶିକାର ହେଲେ ନିର୍ମାଣ ଓ ଅଣସଂଗଠିତ ଶ୍ରମିକ: ବିଜେପି

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ୍‍): କେନ୍ଦ୍ର ସରକାରଙ୍କ ପ୍ରଣୀତ ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିର୍ମାଣ ଶ୍ରମିକ ପଞିକରଣ ଓ କଲ୍ୟାଣ ସହାୟତା ଶାସକ ଦଳ ବିଜେଡି ଦ୍ୱାରା ଦଳୀୟ ଆନୁଗତ୍ୟତା ଭିତ୍ତିରେ ଏବଂ କିଛି ଛାମୁଆ ନେତାଙ୍କ ମଧ୍ୟସ୍ଥତାରେ ବେଧଡକ ଚାଲିଛି । ଅନେକ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ବାଦ ଦେଇ ଅଯୋଗ୍ୟମାନଙ୍କୁ ପରିଚୟ ପତ୍ର ଦେଇ ସହାୟତା ରାଶି ପ୍ରଦାନ ଶ୍ରମ ଅଧିକାରୀଙ୍କ ନାକ ନିଶ ତଳେ ହେଉଛି । ଯାହା ଫଳରେ ହଜାର ହଜାର ହିତାଧିକାରୀ କେନ୍ଦ୍ର ସରକାରଙ୍କର ଶ୍ରମିକ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବାଲେଶ୍ୱର ଜିଲ୍ଲାରେ ୨ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ଥିଲାବେଳେ ୧ଲକ୍ଷରୁ କମ୍ ଶ୍ରମିକ ପଞିକରଣ ଶ୍ରମିକମାନଙ୍କ ଭିତରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଅତି ତରବରିଆ ଭାବେ ଶାସକ ଦଳର ଛାମୁଆ ନେତାଙ୍କ ସମର୍ଥକ ସହାୟତା ପ୍ରଦାନ ପାଇଁ ମୋଟା ଅଙ୍କର ଚାନ୍ଦା ଆଦାୟ କରି ହାତକୁ ଚିକ୍କଣ କରୁଛନ୍ତି । ସହାୟତା ରାଶି ପ୍ରଦାନ ଆବେଦନର ଶେଷ ତାରିଖ ଫେବୃଆରୀ ୨୦ତାରିଖ କରାଯାଇଥିଲା ବେଳେ ହଜାର ହଜାର ନିର୍ମାଣ ଶ୍ରମିକ ଏହାର ସୂଚନା ପାଇବାରୁ ବଞ୍ଚିିତ ହୋଇଛନ୍ତି । ଶ୍ରମ ଅଧିକାରୀ ଏହି ତାରିଖକୁ ବ୍ୟାପକ ଭାବେ ସମସ୍ତ ହିତାଧିକାରୀଙ୍କୁ ସୂଚନା ନ ଦେବା ଶ୍ରମ ଅଧିକାରୀଙ୍କ ହୀନ ଉଦ୍ଦେଶ୍ୟକୁ ଉଜାଗର କରିବା ସହିତ ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରେଷ୍ଟୁରା, ଚାହା ଦୋକାନ, କପଡା ଦୋକାନ, ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନରେ କାମ କରୁଥିବା ହଜାର ହଜାର ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ସହାୟତା ପ୍ରଦାନ ଓ ପଞିକରଣ ବ୍ୟବସ୍ଥାକୁ ଶ୍ରମ ବିଭାଗ ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେବା ଶ୍ରମିକମାନଙ୍କ ପ୍ରତି ଶ୍ରମ ଅଧିକାରୀଙ୍କ କୁମ୍ଭୀରକାନ୍ଦଣା ନୀତିକୁ ସ୍ପଷ୍ଟ କରିବା ସହିତ ମାନବ ଅଧିକାରକୁ ଖୋଲାଖୋଲି ଉଲଂଘନ କରିଛି ବୋଲି ବିଜେପି କୃଷକ ମୋର୍ଚ୍ଚା ପ୍ରଭାରୀ ଓ ବରିଷ୍ଠ ଶ୍ରମିକ ନେତା ଶୁଭଙ୍କର ମହାପାତ୍ର ପ୍ରକାଶ କରିଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବଜେଟରେ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ମାସିକ ୩୦୦୦ ଟଙ୍କା ପେନସନ ବ୍ୟବସ୍ଥା କରିଥିଲା ବେଳେ ଶାସକ ଦଳ ବିଜେଡି ରାଜନୈତିକ ଆନୁଗତ୍ୟତା ଆଧାରରେ ସହାୟତା ପ୍ରଦାନ ଓ ପଞ୍ଜିକରଣ ବିଜେଡିର ଶ୍ରମିକ ମାରଣ ନିୀତିକୁ ସ୍ପଷ୍ଟ କରୁଛି । ସହାୟତା ରାଶି ଆବେଦନ ଓ ନବୀକରଣର ଶେଷ ତାରିଖ ୨୦ ତାରିଖ ପରିବର୍ତ୍ତେ ୨୮ ତାରିଖ କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିବା ସହିତ ପଞ୍ଜିକରଣ ପ୍ରକ୍ରିୟାକୁ ଶ୍ରମ ବିଭାଗ ଦ୍ୱାରା ତ୍ୱରାନିତ କରିବା ପାଇଁ ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ