ଶାସଙ୍ଗରେ ଅଷ୍ଟମ ପ୍ରହର ନାମଯଜ୍ଞ

ହାଟଡ଼ିହି, : ଶାସଙ୍ଗ ପଞ୍ଚାୟତ ହରିଜନ ସାହିରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପି ଏହି ନାମଯଜ୍ଞ ପାଇଁ ବୁଧବାର ସନ୍ଧ୍ୟାରେ ଅଧିବାସ କରାଯାଇ ଥିବାବେଳେ ଗୁରୁବାର ଦିନ ନାମଯଜ୍ଞ ଓ ଶୁକ୍ରବାର ଦିନ ନଗର ଭ୍ରମଣ କରାଯିବାପରେ ରାତିରେ ଦଧିଭାଣ୍ଡ ଭଙ୍ଗାଯାଇ କଳଶ ବିଷର୍ଜନ କରାଯାଇଥିଲା । ବିଚିତ୍ର ଯେନା, ଯୋଗେନ୍ଦ୍ର ଯେନା, ରମେଶ ଯେନା, ମୁକୁନ୍ଦ ଯେନା, ରାଜେନ୍ଦ୍ର ଯେନା, ଇଶ୍ୱର ଯେନା, ମହେନ୍ଦ୍ର ଯେନା କର୍ତ୍ତା ଭାବେ ସାମିଲ ହୋଇ କଳଶ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମଧୁକେଶରୀ, ଶାସଙ୍ଗ, ବନିକା ଟୁକୁଣା, ବାହାରିପୁର, ଘୁଆଳଗଡିଆ , ଘୋଷରାପଦା ପ୍ରଭୃତି ଗ୍ରାମର ନାମସଙ୍କିର୍ତ୍ତନ ଦଳ ଗୁଡିକ ଯୋଗଦେଇ ଅହୋରାତ୍ର ନାମସଙ୍କିର୍ତ୍ତନ କରିଥିଲେ । ନାମଯଜ୍ଞ କମିଟିର ସଭାପତି ସତ୍ୟାନନ୍ଦ ଯେନା, ପୁର୍ଣ୍ଣଚନ୍ଦ୍ର ଯେନା, ରବିନ୍ଦ୍ର ଯେନା, ଭଗବାନ ଯେନା, ରମେଶ ଯେନା, ସୁଜିତ ଯେନା, ସନ୍ତୋଷ ଯେନା, ଦିଲ୍ଲିପ ଯେନା, ଅକ୍ଷୟ ଯେନା, ନିମାଇଁ ଯେନା, ଶିବପ୍ରସାଦ ଯେନା, ସୁନିଲ ଯେନା ଯୋଗେନ୍ଦ୍ର ଯେନା,ଶ୍ୟାମ ସୁନ୍ଦର ଯେନା, ପିତାମ୍ବର ଯେନା, ଶେଷଦେବ ଯେନା, ଗଙ୍ଗାଧର ଯେନା, ମୋହନ ଯେନା, ଉଦୟନାଥ ଯେନା, କୋଦଣ୍ଡଧର ଯେନା, ଗୋଲେଖ ଯେନା, ବସନ୍ତ ଯେନା ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ