ଶାସଙ୍ଗରେ ବାଦିପାଲା ୨୮ରୁ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଆସନ୍ତା ୨୮ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ୩୮ତମ ସତ୍ୟନାରାୟଣ ବାଦିପାଲା ଅନୁଷ୍ଠିତ ହେବ । ଗାୟକ ନୃଷିହଂ ଚରଣ ହୋତା ଓ ବିଶ୍ୱନାଥ ସ୍ୱାଇଁ ପାଲା ପରିବେଷଣ କରିବେ । ଏଥିପାଇଁ ପାଲା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଞ୍ଜୟ କୁମାର ସ୍ୱାଇଁ, ଖଗେଶ୍ୱର ବାରିକ, ମୋହନ ଚରଣ ପାଢ଼ୀ, ଅନାଦି ଚରଣ ବିଶ୍ୱାଳ, ଅନାଦି ଚରଣ ରାଉତ, ବୀରଭଦ୍ର ବିଶ୍ୱାଳ, ପୁର୍ଣ୍ଣଚନ୍ଦ୍ର ଜେନା, ନରହରି କୁଅଁର, ସତ୍ୟାନନ୍ଦ ଜେନା, ବୁଦ୍ଧଦେବ ଜେନା, ଉଦୟନାଥ ବାରିକ, ପ୍ରାଣବଲ୍ଲବ ବିଶ୍ୱାଳ, କୈଳାଶ ସୁବୁଦ୍ଧି, ପରିକ୍ଷିତ ଜେନା, ସଦାଶିବ ଜେନା, କୁଞ୍ଜ ପ୍ରଧାନ ପ୍ରମୁଖ ଯୋଗଦେଇ ପାଲାକୁ ସରଶ ସୁନ୍ଦର କରିବା ସହିତ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ଉପରେ ଆଲୋଚନା କରିଥିଲେ । ଏ ଅଞ୍ଚଳର ପାଲାପ୍ରେମୀ ଦର୍ଶକ ମାନେ ଯୋଗଦେବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।